ଦୀର୍ଘ ୫ ମାସ ପରେ ବନ୍ଧା ହେଲେ ୨ ଚୋର: ୮୦ ଗ୍ରାମର ସୁନା ଗହଣା ଜବତ

Published By : Prameya-News7 Bureau | August 06, 2020 IST

କଟକ୬/୮:  ଚୋରିର ଦୀର୍ଘ ୫ ମାସ ପରେ ବନ୍ଧା ହେଲା ଚୋର। କଟକ ଜିଲ୍ଲା ନିଆଳି ଥାନା ପୋଲିସ ୮୦ ଗ୍ରାମ ଓଜନର ସୁନା ଗହଣା ସହିତ ଦୁଇ ଚୋରଙ୍କୁ ଗିରଫ କରିଛି।ଏ ରଞ୍ଚ ପଞ୍ଚାୟତ କୁଳଶ୍ରୀ ଗ୍ରାମର ରଶ୍ମି ରଞ୍ଜନ ମହାପାତ୍ରଙ୍କ ଘରୁ ଗତ ମାର୍ଚ୍ଚ ମାସରେ ଚୋରୀ ହୋଇଥିଲା ସୁନା ଗହଣା । ପୋଲିସ ସୂତ୍ରରୁ ଅଳତଳଙ୍ଗ ଗ୍ରାମର କାଳିଆ ଭୋଇ ଏହି ଚୋରୀରେ ସଂପୃକ୍ତ ଥିବା ଜାଣି ତାକୁ ଧରିବା ପାଇଁ ପୋଲିସ ଏକ ସ୍ପାଏ ଟିମ୍ ଗଠନ କରି ତାକୁ ଗରିଫ କରିଛି । ଚୋରୀ ସୁନାକୁ କାଳିଆ କୂଳ ପରିଷଣ ଗ୍ରାମ ବଟକୃଷ୍ଣ ମହାନ୍ତିଙ୍କ ଦ୍ଵାରା ନିଆଳି ସ୍ଥିତ ଏକ ଘରୋଇ ବ୍ୟାଙ୍କରେ ବନ୍ଧକ ରଖି ୨ ଲକ୍ଷ ୮୦ ହଜାର ଟଙ୍କା ଉଠାଇଥିଲେ । ପୋଲିସ ଏହି ସୁନାକୁ ବ୍ୟାଙ୍କରୁ ଉଦ୍ଧାର କରିବା ସହ କାଳିଆ ଭୋଇ ଓ ବଟକୃଷ୍ଣ ମହାନ୍ତିଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.