୪ ସପ୍ତାହରେ କମିବ କରୋନା ଭାଇରସର ପ୍ରକୋପ, ଦାବି ରଖିଲେ ଚୀନ ବୈଜ୍ଞାନିକ

Published By : Prameya-News7 Bureau | April 02, 2020 IST

ବେଜିଂ, ୦୨|୦୪: ଆସନ୍ତା ୪ ସପ୍ତାହରେ କରୋନା ଭାଇରସର ପ୍ରକୋପ କମ ହେବ ବୋଲି ଦାବି କରିଛନ୍ତି ଚୀନର ବରିଷ୍ଠ ବୈଜ୍ଞାନିକ ଝାଙ୍ଗ୍ ନେନସେନ୍ । ଆଉ ମାତ୍ର ୪ ସପ୍ତାହରେ ପରେ ପୂର୍ବ ସ୍ଥିତି ଫେରି ଆସିବ । କରୋନା ମାମଲାରେ ହ୍ରାସ ପରିଲକ୍ଷିତ ହେବା ସହ ଚୀନରେ କରୋନାରେ ପୁନଃସଂକ୍ରମଣର ଭୟ ନାହିଁ ବୋଲି ସେ କହିଛନ୍ତି । ଡାକ୍ତର ଝାଙ୍ଗ୍ ଚୀନ ସରକାରଙ୍କ ଦ୍ୱାରା ନିୟୋଜିତ କରୋନା ମୁକାବିଲ ଟିମର ମୁଖ୍ୟ ଅଟନ୍ତି ।

{"id":247804,"width":748,"height":553,"sizeSlug":"large"}

୮୩ ବର୍ଷୀୟ ଝାଙ୍ଗ୍ କହିଛନ୍ତି ଯେ, ଚୀନରେ କରୋନା ଭାଇରସ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିବ ନାହିଁ । କାରଣ ସରକାର ମନଟରିଂ ସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିଦେଇଛନ୍ତି । ଭାଇରସ ସହ ଲଢିବା ପାଇଁ ଦୁଇଟି ଉପାୟ ରହିଛି । ପ୍ରଥମେ ସଂକ୍ରମଣ ଦରକୁ କମ କରିବାକୁ ହେବ ।ଏହାସହ ଏହାର ବୃଦ୍ଧିକୁ ରୋକିବାକୁ ହେବ ।ଏହା କରିବା ଦ୍ୱାରା ଭାକସିନ୍ ପ୍ରସ୍ତୁତ କରିବାରେ ସମୟ ମିଳିବ । ରୋଗକୁ ବିନାଶ କରିହେବ । ସେ ଏକ ଟିଭି ସାକ୍ଷାତକାରରେ ଏହା କହିଛନ୍ତି । ଏହି ସାକ୍ଷାତକାରକୁ ଡେଲିମେଲ୍ ଓ୍ୱେବସାଇଟରେ ପ୍ରକାଶିତ କରାଯାଇଛି ।

wp:core-embed/twitter {"url":"https://twitter.com/MailOnline/status/1245476127394725888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245476127394725888\u0026ref_url=https%3A%2F%2Faajtak.intoday.in%2Fgallery%2Fchina-top-coronavirus-expert-says-pandemic-will-decline-in-four-weeks-tstr-1-48285.html","type":"rich","providerNameSlug":"twitter","className":""}
https://twitter.com/MailOnline/status/1245476127394725888?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1245476127394725888&ref_url=https%3A%2F%2Faajtak.intoday.in%2Fgallery%2Fchina-top-coronavirus-expert-says-pandemic-will-decline-in-four-weeks-tstr-1-48285.html
/wp:core-embed/twitter

ସେ ଆହୁରି କହିଛନ୍ତି ଯେ, ଦ୍ୱିତୀୟ ଉପାୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାକୁ ହେବ । ଅନେକ ଦେଶ କରୋନାକୁ ନେଇ ବଡ ପଦକ୍ଷେପ ଉଠାଇଛନ୍ତି । ଚୀନର ସମସ୍ତ କରୋନା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯେଉଁମାନଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁନାହିଁ ସେମାନଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି । ଏହାକୁ ନେଇ ଆସନ୍ତା ୪ ମାସ ମଧ୍ୟରେ କରୋନାର ନୂଆ ମାମଲା ଆସିବା ବନ୍ଦ ହୋଇଯିବ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.