ନିଖୋଜର ୪ ଘଣ୍ଟା ପରେ ପୋଖରୀରେ ଭାସୁଥିଲା ୭ ବର୍ଷ ପୁଅର ମୃତଦେହ

Published By : Prameya-News7 Bureau | May 15, 2020 IST

 ନିଶ୍ଚିତକୋଇଲି/ସାଲେପୁର୧୫/୫: ଶୁକ୍ରବାର ସକାଳ ୯ ଟାରେ ନିଖୋଜ ନାବାଳକଙ୍କ ମୃତଦେହ ମଧ୍ୟାହ୍ନ ୧ଟାରେ ଉଦ୍ଧାର ହୋଇଛି। ସ୍ଥାନୀୟ ଗାଁ ପୋଖରୀରୁ ଉକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଜିଲ୍ଲା ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତରେ ଅଘଟଣ। ପଞ୍ଚାୟତର କୁଣ୍ଡପାଟଣା ଗାଁର ନିତ୍ୟାନନ୍ଦ ଦାସଙ୍କ ୭ ବର୍ଷର ପୁଅ ରାକେଶ ଦାସ ଆଜି ସକାଳ ୯ ବେଳୁ ଘରୁ କୁଆଡେ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ରାକେଶକୁ ପାଇ ନଥିଲେ। ଦିନ ୧ଟା ବେଳେ ସ୍ଥାନୀୟ ମହାଦେବଙ୍କ ପୋଖରୀରେ ରାକେଶଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ଏବଂ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.