୪ ଘଣ୍ଟାର ଉଦ୍ୟମ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ, ଖାଦ୍ୟ ଅନ୍ଵେଷଣରେ ଆସି ଖସିପଡ଼ିଥିଲା

Published By : Prameya-News7 Bureau | March 11, 2021 IST

ଅନୁଗୋଳ ୧୧।୦୯: ଖାଦ୍ୟ ଅନ୍ଵେଷଣରେ ଆସି ହାତୀ କୂଅରେ ଖସି ପଡିଥିଲା। ଗଜରାଜଙ୍କୁ ଉଦ୍ଧାର ପାଇଁ ଜେସିବି ଜରିଆରେ ବନ ବିଭାଗ ଅଭିଯାନ ଚଳାଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ହାତୀଟିକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଅନୁଗୁଳ ବାଲିଜେରେଙ୍ଗ ଗାଁର।

{"id":421381,"sizeSlug":"large","linkDestination":"none"}

ଅନୁଗୁଳର ବାଲିଜେରେଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ଵେଷଣରେ ଆସିଥିବା ଗୋଟିଏ ହାତୀ କୂଅରେ ପଡ଼ିଯାଇଥିଲା । ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବାହାରିବା ଏକ ପ୍ରକାର ମୁସ୍କିଲ୍‌ ହୋଇ ଯାଇଥିଲା। ସକାଳେ ହାତୀ ଗର୍ଜନ ଶୁଣି ଗାଁ ଲୋକେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ପାରିନଥିଲେ ।

{"id":421382,"sizeSlug":"large","linkDestination":"none"}

ଏହା ପରେ ଗାଁ ଲୋକେ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଜେସିବି ଆଣି କୁଅ ମୁହଁକୁ ଅଳ୍ପମାତ୍ରାରେ ଖୋଳି ରାସ୍ତା ନିର୍ମାଣ କରିଥିଲେ। ଏଥିସହ କୂଅରେ ଦମକଳ ବାହିନୀ ପାଣି ଭର୍ତ୍ତି କରିଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ହାତୀଟି ଉଦ୍ଧାର  ହୋଇଥିଲା।  

{"id":421383,"sizeSlug":"large","linkDestination":"none"}

ଅନୁଗୁଳ ପୁରୁଣାଗଡ଼ ସେକ୍ସନର ବାଲିଜେରେଙ୍ଗ ଅଞ୍ଚଳରେ ବେଶ କିଛି ଦିନ ହେଲା ହାତୀମାନେ ଖାଦ୍ୟ ଅନ୍ବେଷଣରେ  ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଆଉ ଏଭଳି ଭାବେ ବିଭିନ୍ନ ଖାଲ କିମ୍ବା କୂଅରେ ପଡିଯାଉଛନ୍ତି । କେବଳ ଜଙ୍ଗଲୀ ହାତୀ ନୁହନ୍ତି ବାରାହ, ଭାଲୁ ଭଳି ଜଙ୍ଗଲୀ ଜନ୍ତୁ ବି ଖାଦ୍ୟ ଅନ୍ବେଷଣରେ ଆସି ଏମିତି ହଲ୍ଲାପଟା ହେଉଛନ୍ତି ।  ଜଙ୍ଗଲୀ ଜନ୍ତୁ ଜନବସତି ଆଡକୁ ମାଡି ଆସୁଥିବାରୁ ଲୋକଙ୍କୁ ବନ ବିଭାଗ ସଚେତନ କରାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.