ଏମିତି ସ୍ତ୍ରୀ ଜଗତେ ନାହିଁ ! ସ୍ବାମୀଙ୍କ ମୃତ୍ୟୁର ୪ ଦିନ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କଲେ ନାହିଁ, କହିଲେ ‘ଆଗ ଘର ମୋ ନାଁରେ କର’

Published By : Prameya-News7 Bureau | November 19, 2020 IST

ସିଦ୍ଧାର୍ଥନଗର ୧୯।୧୧: ସ୍ବାମୀଙ୍କ ଶବ ସଂସ୍କାର କରୁନାହାନ୍ତି ସ୍ତ୍ରୀ । ୪ ଦିନ ଧରି ପଡିରହିଛି ଶବ । ସ୍ବାମୀଙ୍କ ଘର ନିଜ ନାଁରେ କରାଇବାକୁ ଜିଦ୍ ଧରି ବସିଛନ୍ତି ସ୍ତ୍ରୀ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ହୋଇଛି ଶବ ସଂସ୍କାର ।

ସୂଚନା ଅନୁସାରେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲ୍ଲାର ଉସକା ବଜାର ଅଞ୍ଚଳରେ ରହୁଥିଲେ ଗଜେନ୍ଦ୍ର ପ୍ରସାଦ । ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଅଞ୍ଜୁ ୪ଦିନ ପର୍ଯ୍ୟନ୍ତ ସ୍ବାମୀଙ୍କ ଶବ ସଂସ୍କାର ନକରିବାକୁ ଜିଦ୍ ଧରିଥିଲେ । ତାଙ୍କ ଜିଦ୍ ଥିଲା ପ୍ରଶାସନ ପ୍ରଥମେ ତାଙ୍କ ସ୍ବାମୀ ଘରକୁ ତାଙ୍କ ନାଁରେ କରନ୍ତୁ, ତାପରେ ସେ ଶବ ସଂସ୍କାର କରିବେ । ଗଜେନ୍ଦ୍ରଙ୍କ ପରିବାର ଲୋକ ସେହି ଘରେ କବଜା କରି ରହିଥିବା ସେ ଅଭିଯୋଗ କରିଥିଲେ ।

ରବିବାର ଦିନ ଗଜେନ୍ଦ୍ର ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗଜେନ୍ଦ୍ରଙ୍କ ସ୍ତ୍ରୀ କହିଥିଲେ ଯେ, ପୁଅ ଗୁଜୁରାଟରୁ ନଫେରିବା ଯାଏଁ ତାଙ୍କ ଅନ୍ତିମ ସଂସ୍କାର କରାଯିବନି । ମଙ୍ଗଳବାର ରାତିରେ ପୁଅ ଫେରିଆସିବା ପରେ ମଧ୍ୟ ଅନ୍ତିମ ସଂସ୍କାର ହୋଇନଥିବା ପୋଲିସ ଖବର ପାଇଥିଲା । ଫଳରେ ତାଙ୍କ ଘରେ ପୋଲିସ ପହଞ୍ଚିଥିଲା । ପଚରାଉଚରା ବେଳେ ଗଜେନ୍ଦ୍ରଙ୍କ ସ୍ତ୍ରୀ ଅଞ୍ଜୁ ଏବଂ ଝିଅ କହିଥିଲେ ଯେ, ଯେପର୍ଯ୍ୟନ୍ତ ଗଜେନ୍ଦ୍ରଙ୍କ ଘର ତାଙ୍କ ନାଁରେ ହୋଇନାହିଁ ସେପର୍ଯ୍ୟନ୍ତ ସେ ତାଙ୍କ ଅନ୍ତିମ ସଂସ୍କାର କରିବେନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଗଜେନ୍ଦ୍ର ୨୦୧୬ ମସିହାରେ ଅନ୍ୟ ଜଣଙ୍କୁ ଘର ବିକ୍ରି କରିଦେଇଥିଲେ । ମାତ୍ର ତାଙ୍କ ସ୍ତ୍ରୀ ଗଜେନ୍ଦ୍ରଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇ କୋର୍ଟରେ ଆବେଦନ କରିଥିଲେ । ଏପର୍ଯ୍ୟନ୍ତ ମାମଲା କୋର୍ଟରେ ବିଚାରାଧିନ ରହିଛି । ମାତ୍ର ଗଜେନ୍ଦ୍ରଙ୍କ ଘର ତାଙ୍କ ପରିବାରଲୋକଙ୍କ କବଜାରେ ରହିଥିଲା । ଏବେ ଗଜେନ୍ଦ୍ରଙ୍କ ମୃତ୍ୟୁ ପରେ ପ୍ରଶାସନ ତାଙ୍କ ନାଁରେ ଘର କରିଦେବାକୁ କହି ଅଡି ବସିଥିଲେ ଅଞ୍ଜୁ । ପୋଲିସ ଏବଂ ପ୍ରଶାସନର ବୁଝାସୁଝା ପରେ ଗଜେନ୍ଦ୍ରଙ୍କ ସାନ ଭାଇ ଅନ୍ତିମ ସଂସ୍କାର କରିଛନ୍ତି । ଘଟଣାରେ ସିଓ ଏବଂ ଏସଡିଏମ କହିଛନ୍ତି ଯେ, ମାମଲା କୋର୍ଟରେ ବିଚାରାଧିନ ରହିଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.