ପ୍ରଶାସନର ହସ୍ତକ୍ଷେପରେ ୩ ଦିନ ପରେ ରାସ୍ତାରୁ ଉଠିଛି ଶବ : ସ୍ବାଭାବିକ ହୋଇଛି ରାଇଘର

Published By : Prameya-News7 Bureau | September 21, 2018 IST

ରାଇଘର୨୧|୯: ତିନି ଦିନର ଆନ୍ଦୋଳନର ଅବସାନ । ରାସ୍ତାରୁ ଉଠିଛି ମୃତ ଦେହ । ନବରଂଗପୁର ରାଇଘରରେ ଖୋଲିଛି ଦୋକାନ ବଜାର । ସ୍ବାଭାବିକ ହୋଇଛି ଗାଡି ଚଳାଚଳା । ପତ୍ରକୋଟି ଓ ଧଡ୍ରାପାରା ଗାଁ ମଧ୍ୟରେ ଶ୍ମଶାନକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ରାଇଘର ଏକପ୍ରକାର ଅଚଳ ହୋଇଯାଇଥିଲା । ପ୍ରଶାସନର ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ ହୋଇଛି । ଏସ୍‌ ପି, ତହସିଲଦାର, ବିଡିଓ ଲୋକଙ୍କୁ ବୁଝାସୁଝା କରିବା ସହ ଶ୍ମସାନ ଜମି ଚିହ୍ଟଟ କରିଛନ୍ତି । ଶ୍ମଶାନ ବିବାଦ ଯୋଗୁଁ ପତ୍ରକୋଟି ଗାଁ ଲୋକ ଜଣେ ମହିଳାଙ୍କ ମୃତ ଦେହ ରଖି ବୁଧବାରଠୁ ରାସ୍ତାରୋକ ଚଳାଇଥିଲେ ।  ସମାଧାନର ରାସ୍ତା ନବାହାରିବାରୁ ଗୁରୁବାର ରାତିରେ ରାସ୍ତାରେ ମୃତ ଦେହ ରଖି ଆନ୍ଦୋଳନକାରୀ ପଳାଇଥିଲେ । ବିଳମ୍ବିତ ରାତିରେ ପୋଲିସ ମହିଳାଙ୍କ ପୁଅକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଡାକି ଶବକୁ ଗାଡିରେ ଲଦି ନେଇ ପୋତି ଦେଇଥିଲା । ଯାହାକୁ ନେଇ ସକାଳୁ ପୁଣି ତାତିଥିଲେ ପତ୍ରକୋଟି ଗାଁ ଲୋକ । ରାସ୍ତା ଅବରୋଧ କରିଥିଲେ । ନିଜେ ଏସ୍‌ପି ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.