Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଜମ୍ମୁ-କାଶ୍ମୀର ଓ ଲଦ୍ଦାଖରେ ଖସୁଛି ପାରଦ, ୩୯ ବର୍ଷ ପରେ ଅକ୍ଟୋବରର ସର୍ବାଧିକ ତାପମାତ୍ରା ୬.୬ ଡିଗ୍ରି ସେଲସିୟସ୍‌କୁ ହ୍ରାସ

24/10/2021 at 5:03 PM

୨୪।୧୦: ପାହାଡରେ ହୀମପାତ ଓ ସମତଳ ଅଞ୍ଚଳରେ ବର୍ଷା ଅକ୍ଟୋବରରେ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖର ସର୍ବନିମ୍ନ ତାପମାତ୍ରା ହ୍ରାସ କରିଛି। ଶନିବାର ରାଜଧାନୀ ଶ୍ରୀନଗରରେ ଦିନର ସର୍ବାଧିକ ତାପମାତ୍ରା ୬.୬ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା। ରବିବାର ପାଗରେ ସେପରି ପରିବର୍ତ୍ତନ ହୋଇନାହିଁ।  ଦୀର୍ଘ ୩୯ ବର୍ଷ ପରେ ପ୍ରଥମ ଥର ଅକ୍ଟୋବରରେ ଜମ୍ମୁ-କାଶ୍ମୀରର ତାପମାତ୍ରା ଏପରି ହ୍ରାସ ହୋଇଥିବା ପାଣିପାଗ ବିଭାଗ କହିଛନ୍ତି। 

ବିଭାଗଙ୍କ ସୂଚନା ଅନୁସାରେ ଏହା ପୂର୍ବରୁ ଅକ୍ଟୋବର ୧୯୮୨ ମସିହାରେ ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୫.୦ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିଲା। ୩୯ ବର୍ଷ ପରେ ଅଧିକତମ ତାପମାତ୍ରା ୬.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ରବିବାର ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବା ବେଳେ ପହଲଗାମରେ ଶୁନରୁ ୦.୧ ଡିଗ୍ରି ଓ ଗୁଲମର୍ଗରେ ଶୁନରୁ ୩.୦ ଡିଗ୍ରି ସେଲସିୟସ୍ ରକେର୍ଡ ହୋଇଛି।

ସେହିପରି ଲଦ୍ଦାଖ ଖେତ୍ରର ଲେହରେ ରାତିର ତାପମାତ୍ରା ୦.୯ ଓ କାରଗିଲରେ ୦.୨ ଡିଗ୍ରି ସେଲସିୟସକୁ ପହଞ୍ଚିଛି। ରବିବାର ଜମ୍ମୁ ଶହରରେ ସର୍ବାଧିକ ତାପମାତ୍ରା ୧୬.୩, ବନିହାଲରେ ୪.୨, ବଟୋଟେରେ ୬.୧, କଟରାରେ ୧୨.୭ ଓ ଭଦ୍ରବାହରେ ୪.୯ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟାରେ ପୃଥକ ପୃଥକ ସ୍ଥାନରେ ବର୍ଷା ସାଙ୍ଗକୁ ବାଦଲ ଛାଇ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।

   Related Posts