୩୫ ବର୍ଷ ପରେ ନିଜର ହକ୍ ଫେରିପାଇବେ ଜୟପୁରବାସୀ

Published By : Prameya-News7 Bureau | December 05, 2019 IST

ଜୟପୁର ୫/୧୨: ୩୫ ବର୍ଷ ପରେ ହକ୍ ପାଇବାକୁ ଯାଉଛନ୍ତି ଜୟପୁରବାସୀ । ୧୯୮୪ ମସିହା ପରଠୁ ଜମି ପଟ୍ଟାରେ ୨୫ଶହ ଲେ।କଙ୍କ ଜମି ହସ୍ତାନ୍ତରଯୋଗ୍ୟ ନୁହେଁ ଉଲ୍ଲେଖ ଥିବାରୁ ଜମି ଥାଇ ବି ଏହାକୁ ବିକ୍ରି କରି ପାରୁନଥିଲେ ଲେ।କ ।କିନ୍ତୁ ଏହି ପ୍ରତିବନ୍ଧକକୁ ହଟାଇବାକୁ ଘେ।ଷଣା କରିଛନ୍ତି କେ।ରାପୁଟ ଜିଲ୍ଲାପାଳ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଶ୍ରେୟ ନେବାକୁ ଆରମ୍ଭ ହେ।ଇଯାଇଛି ରାଜନୀତି ।

{"id":194218,"sizeSlug":"large"}

ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ । ୩୫ ବର୍ଷ ପରେ ନିଜର ହକ୍ ଫେରିପାଇବେ ଜୟପୁରବାସୀ । ସହରର ୨୫ଶହ ଲେ।କଙ୍କ ଜମି ବିକ୍ରି ଯେ।ଗ୍ୟ ନୁହେଁ ବେ।ଲି ଯେଉଁ ପ୍ରତିବନ୍ଧକ ଲାଗିଥିଲା ତାକୁ ହଟାଇବାକୁ ଯାଉଛନ୍ତି ଜିଲ୍ଲା ପ୍ରଶାସନ । ୧୯୮୪ ମସିହାଠୁ ଏସବୁ ଜମି ଉପରେ ଲାଗିଥିଲା କଟକଣା । ତେଣୁ ନିଜର ଜମି ଥାଇବି ବିକ୍ରି କରିପାରୁନଥିଲେ କି ଜମିକୁ ନେଇ ବ୍ୟାଙ୍କରୁ ଋଣ ଆଣିପାରୁନଥିଲେ ଲେ।କ ।ଏହାକୁ ଉଚ୍ଛେଦ ପାଇଁ ବିଭିନ୍ନ ସାମଜିକ ସଙ୍ଗଠନ ଠାରୁ ରାଜନୈତିକ ଦଳ ଦାବି କରି ଆସୁଥିଲେ । ତେବେ ଦୀର୍ଘ ଦିନର ଦାବି ଶୁଣିଛନ୍ତି ଜିଲ୍ଲା ପ୍ରଶାସନ ।ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ହେବ ବୋଲି ଜିଲ୍ଲାପାଳ ଘୋଷଣା କରିବା ପରେ ଏହାକୁ ସ୍ବାଗତ କରିଛନ୍ତି ସହରବାସୀ।

{"id":194219,"sizeSlug":"large"}

ସେପଟେ ଏହାକୁ ନେଇ ଆରମ୍ଭ ହେ।ଇଯାଇଛି ରାଜନୀତି ।୨୦୧୪ ସାଧାରଣ ନିର୍ବାଚନ ସମୟରେ ଏହାକୁ ପ୍ରସଂଗ କରିଥିଲା କଂଗ୍ରେସ।ଆଉ ବିଧାୟକ ଭାବେ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ବିଧାନ ସଭାରେ ଉଠାଇ ଆସୁଥିଲେ।ବିଜେଡି ଯେ।ଗୁଁ ଏହି ସମସ୍ୟା ସମାଧାନ ହେ।ଇପାରୁନଥିଲା ବେ।ଲି କହିଛନ୍ତି ବିଧାୟକ । ଅନ୍ୟପଟେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସମେତ ବିଜେଡି ଓ କଂଗ୍ରେସକୁ ଘେରିଛି ବିଜେପି ।ଜିଲ୍ଲାପାଳ ସରକାରଙ୍କ ପୁରୁଣା ନିର୍ଦ୍ଦେଶନାମାକୁ ସାମ୍ବାଦିକ ସମ୍ମିଳନୀରେ ପଢିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ କିପରି ଦଳୀୟ ନେତାଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ବୋଲି ପ୍ରଶ୍ନ କରିବା ସହ ଜିଲାପାଳଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେପି।

{"id":194220,"sizeSlug":"large"}

ଶ୍ରେୟ ଯାହାକୁ ବି ଯାଉ । କିନ୍ତୁ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଯଦି ବାସ୍ତବେର କାର୍ଯ୍ୟକାରୀ ହୁଏ ତାହେଲେ ଉପକୃତ ହେବ ପ୍ରକୃତ ଜମି ମାଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.