Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୯ ବର୍ଷ ପରେ ସେମି ଫାଇନାଲରେ ଭାରତୀୟ ହକି ଦଳ, ବ୍ରିଟେନକୁ ୩-୧ରେ ଦେଲା ମାତ୍
  • ||
  • ରାଜଧାନୀ ଭୁବନେଶ୍ବରରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୦,୧୮୧ ; ଦିନକରେ ୩୧୮ ସଂକ୍ରମିତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଦେଶର ମାନ ବଢାଇଲେ ପିଭି ସିନ୍ଧୁ, ଟୋକିଓ ଅଲିମ୍ପିକ୍ସରେ ଜିତିଲେ ବ୍ରୋଞ୍ଜ ମେଡାଲ
  • ||
  • ଅଗଷ୍ଟ ୫ରୁ ଖୋଲିବ ଭିତରକନିକା ଅଭୟାରଣ୍ୟ : କେବଳ ଦିନରେ ବୁଲି ପାରିବେ ପର୍ଯ୍ୟଟକ, ରାତ୍ରୀଯାପନ ମନା
  • ||
  • ଚାଇନାର ନୂଆ ଚାଲ୍, ୨୦୨୭ ସୁଦ୍ଧା ତିଆରି କରିବ ଅତ୍ୟାଧୁନିକ ସେନା, ୟୁଏସକୁ ଦେବ ଟକ୍କର
  • ||
  • ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୪ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୪୩୭ କରୋନା ପଜିଟିଭ୍
  • ||

୩୪ ବର୍ଷ ପରେ ବଦଳିଲା ଶିକ୍ଷାନୀତି: ପୂରା ଦେଶରେ କେ.ଜିରୁ ପିଜି ପାଠ୍ୟକ୍ରମରେ ପରିବର୍ତ୍ତନ

29/07/2020 at 8:17 PM

ନୂଆଦିଲ୍ଲୀ୨୯/୭: ଦେଶରେ  ନୂଆ ଶିକ୍ଷା ନୀତିର ଏଲାନ କରିଛନ୍ତି କେନ୍ଦ୍ର ସରକାର। ବୁଧବାର ଏହା କ୍ୟାବିନେଟ ମଞ୍ଜୁରୀ ଲାଭ କରିବା ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟଲ ନିଶଙ୍କ। ନୂଆ ଶିକ୍ଷାନୀତିରେ ଅନେକ କିଛି ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି।

୩୪ ବର୍ଷ ପରେ ବଦଳିଲା ଶିକ୍ଷାନୀତି। ପୂରା ଦେଶରେ କେଜିରୁ ପିଜି ଢାଞ୍ଚାଗତ ପରିବର୍ତ୍ତନ । ନୂଆ ଶିକ୍ଷାନୀତିର ଘୋଷଣା କରାଯାଇଛି। ଯାହାକୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି। ଏହା ଅନୁଯାୟୀ  ଅତିକମରେ ଛାତ୍ରଛାତ୍ରୀ ପଞ୍ଚମ ଯାଏଁ ଆଞ୍ଚଳିକ ଭାଷା ପଢ଼ିବେ। ବୋର୍ଡ ପରୀକ୍ଷାରେ ମଧ୍ୟ ପରିବର୍ତ୍ତନ କରାଯିବ। ପ୍ରତ୍ୟେକ ପେପରରେ ଅବଜେକ୍ଟିଭ୍‌ ଏବଂ ସବଜେକ୍ଟିଭ୍‌ ପରୀକ୍ଷା କରାଯିବ। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ କ୍ଷମତା ଉପରେ ପରୀକ୍ଷା କରାଯିବ ।

ସ୍କୁଲ ସ୍ତରରେ ନବମରୁ ଦ୍ବାଦଶରେ ଜଣେ ନିଜର ଷ୍ଟ୍ରିମ୍‌ ପସନ୍ଦ କରିପାରିବ। ଯାହାକି ପୂର୍ବରୁ  ଦଶମ ପରେ ଥିଲା । ଏହା ପୂର୍ବରୁ ବି ମିଡିଲ୍‌ ସ୍କୁଲ କ୍ଲାସରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଭୋକେସନାଲ ଟ୍ରେନିଂକୁ ଗୁରୁତ୍ବ ଦିଆଯିବ। ଷଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀ ଏନେଇ ନିଜର ପସନ୍ଦ ଦେଇପାରିବେ ଏବଂ କୋଡିଂ ମଧ୍ୟ ଶିଖିପାରିବେ।

ଅଣ୍ଡର ଗ୍ରାଜୁଏଟ କୋର୍ସ ୩ରୁ ୪ ବର୍ଷ ରହିବ। ଜଣେ ଛାତ୍ର ଅଧାରୁ ଅଣ୍ଡର ଗ୍ରାଜୁଏସନ ବିରତି ନେଲେ ପରେ ସେହିଠାରୁ ପୁଣି ଆରମ୍ଭ କରିପାରିବେ । ଯାହାକି କ୍ରେଡିଟ ବ୍ୟାଙ୍କିଂ ବ୍ୟବସ୍ଥା ଅନୁଯାୟୀ ନିଜ ପାଠ୍ୟକ୍ରମରେ ଆଗେଇ ପାରିବ। ସେହିପରି ପୋଷ୍ଟ ଗ୍ରାଜୁଏସନ ବର୍ଷେରୁ ଦୁଇ ବର୍ଷ ରହିବ।  ଏଣିକି ଏମଫିଲ୍‌ ବ୍ୟବସ୍ଥା ରହିବ ନାହିଁ। ସମସ୍ତ କଲେଜ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି ଜରିଆରେ ସାଧାରଣ ଏଣ୍ଟ୍ରାନ୍‌ସ ହେବ।

ଶିକ୍ଷାଦାନର ଅନଲାଇନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ। ୮ଟି ପ୍ରମୁଖ ଆଞ୍ଚଳିକ ଭାଷାରେ ଇ ଲର୍ଣ୍ଣିଂ ବ୍ୟବସ୍ଥା ରହିବ।ଯେଉଁଥିରେ ଓଡ଼ିଆ ମଧ୍ୟ ରହିଛି। ଏଥିସହିତ କୋର୍ସ ଫିର କ୍ୟାପିଂ କରାଯିବ। ଏହାଦ୍ବାରା ପ୍ରାଇଭେଟ ଏବଂ ସରକାରୀ ଇନଷ୍ଟିଚ୍ୟୁଟରେ ତାରତମ୍ୟ ହଟିବ। ଆଜି ଶିକ୍ଷାନୀତିକୁ ଘୋଷଣା କରାଯାଇଥିବବେଳେ  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳାୟର ପରିବର୍ତ୍ତନ କରାଯାଇଛି। ଏବେ ଏହା ଶିକ୍ଷା ମନ୍ତ୍ରଣାଳୟ ଭାବେ ଜଣାଯିବ ଓ ମନ୍ତ୍ରୀ ଓ ସଚିବ ମଧ୍ୟ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବ ଭାବେ ଜଣାଯିବେ।

   Related Posts