ବିବାହର ୩୩ବର୍ଷ ପରେ ପ୍ରଥମ ଥର ପାଇଁ ମାଆ ହେଲେ ଅଭିନେତ୍ରୀ ଜୟାପ୍ରଦା : ଜାଣନ୍ତୁ କିଭଳି

Published By : Prameya-News7 Bureau | April 04, 2020 IST

ମୁମ୍ବାଇ ୪/୪: ଅପ୍ରେଲ୍ ୩ତାରିଖରେ ଜୟାପ୍ରଦା ତାଙ୍କ ୫୮ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୬୨ମସିହା ଅପ୍ରେଲ୍ ୩ତାରିଖରେ ଜନ୍ମଗ୍ରହଣ କରିଥିବା ଜୟା ନିଜ ସୌନ୍ଦର୍ଯ୍ୟ ସହ ଅଭିନୟ ବଳରେ ଲୋକଙ୍କ ମନରେ ରାଜ କରିଥିଲେ।

{"id":248762,"sizeSlug":"large"}

ସେ ତାଙ୍କ ଫିଲ୍ମ ସହ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି।

{"id":248758,"sizeSlug":"large"}

ଜୟାପ୍ରଦାଙ୍କ ସ୍ବାମୀ ଶ୍ରୀକାନ୍ତ ନହାଟା ତାଙ୍କ ପ୍ରଥମ ପତ୍ନୀ ଚନ୍ଦ୍ରାଙ୍କୁ ଛାଡ଼ପତ୍ର ନ ଦେଇ ଜୟାଙ୍କୁ ବିବାହ କରିଥିବାରୁ ସେ ବିବାଦରେ ଆସିଥିଲେ। ଜୟା ପ୍ରଦାଙ୍କ ବିବାହକୁ ୩୩ବର୍ଷ ପୂରିଥିଲେ ସୁଦ୍ଧା ସେ ଆଜି ଯାଏଁ ମା ହୋଇପାରିନାହାନ୍ତି। ଜୟା ପ୍ରଦା ତାଙ୍କ ପିଲା ହେଉ ଚାହୁଁଥିବାବେଳେ ଶ୍ରୀକାନ୍ତ ଏପରି ହେଉ ବୋଲି ଚାହୁଁନଥିଲେ। ଯାହା ଫଳରେ ଜୟା କେବେ ବି ସନ୍ତାନ ସୁଖ ପାଇନଥିଲେ।

{"id":248759,"sizeSlug":"large"}

କିନ୍ତୁ ସ୍ବାମୀଙ୍କ ଏପରି ନିଷ୍ପତ୍ତି ପରେ ଜୟାପ୍ରଦା ପୋଷ୍ୟପୁତ୍ର ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ ଜୟା ନିଜ ଭଉଣୀ ସଗୁଣାଙ୍କ ପୁଅ ସିଦ୍ଧୁଙ୍କୁ ପୋଷ୍ୟପୁତ୍ରଭାବେ ଗ୍ରହଣ କରିଥିଲେ।

{"id":248760,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.