୩ ଦିନ ପରେ ଧାରଣାରୁ ଓଲ୍ହେଇଲେ କୋରାପୁଟ ବିଧାୟକ

Published By : Prameya-News7 Bureau | August 06, 2018 IST

୩ ଦିନ ଧାରଣାରେ ବସିବା ପରେ ଧାରଣରୁ ଓହରିଲେ କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ।କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଜୟପୁର ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ କରି ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ ବିଧାୟକ । ଆସନ୍ତା ୧୦ ତାରିଖ ସୁଧା ବିଧାୟକଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଓହରିଥିଲେ । ସେପଟେ କର୍ମଚାରୀ ସ୍ଥାନାନ୍ତରକୁ ନେଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମଧ୍ୟରେ ଥିବା ମତଭେଦ ସାମ୍ନାକୁ ଆସିଛି । ଶେଷରେ ଧାରଣରୁ ଓହରିଲେ କୋରାପୁଟ ବିଧାୟକ କୃଷ୍ନ ଚନ୍ଦ୍ର ସଗରିଆ ଓ ତାଙ୍କ ସମର୍ଥକ। ତେବେ ୧୦ ତାରିଖ ସୁଧା ଦାବି ପୂରଣ ନହେଲେ ୧୧ ତାରିଖଠାରୁ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ବିଧାୟକ । କୋରାପୁଟଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଗତ ସପ୍ତାହରେ ୧୪ ଜଣ ଡାକ୍ତରଙ୍କ ସହ କିଛି ନର୍ସ ଜୟପୁରକୁ ସ୍ଥାନାନ୍ତର ହେଇଥିବା ବେଳେ ପାରା ମେଡିକାଲ କର୍ମଚାରୀ ସ୍ଥାନାନ୍ତର ହେବାର ଥିଲା । ମେଡିକାଲ କଲେଜ ସଂପୂର୍ଣ୍ନ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ କାହାରିକୁ ସ୍ଥାନାନ୍ତର ନକରିବାକୁ ଧାରଣାରେ ବସିଥିଲେ ବିଧାୟକ । ମେଡିକାଲ କର୍ତ୍ତୃପକ୍ଷ ରାଜନୈତିକ ଚାପରେ ଏପରି ସ୍ଥାନାନ୍ତର କରୁଥିବା ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.