୨୮ ବର୍ଷ ପରେ ବିରଳ ସଂଯୋଗ: ଏହି ଫେବୃଆରୀରେ ୫ ଶନିବାର

Published By : Prameya-News7 Bureau | February 03, 2020 IST

ଚଳିତ ବର୍ଷ ଫେବୃଆରୀ ମାସରେ ୨୯ ଦିନ ରହିଛି। ଏହି ମାସର ଆରମ୍ଭ ଶନିବାରରୁ ହୋଇଛି ଓ ଶେଷ ମଧ୍ୟ ଶନିବାରରେ ହେବ। ଫେବୃଆରୀ ମାସରେ ୫ଟି ଶନିବାର ରହିବ। ଏହା ପୂର୍ବରୁ ଏଭଳି ସଂଯୋଗ ୧୯୯୨ ମସିହାରେ ହୋଇଥିଲା। ଏହା ଏକ ବିରଳ ସଂଯୋଗ। ଅଙ୍କ ଜ୍ୟୋତିଷ ଡା. କୁମାର ଗଣେଶଙ୍କ ଅନୁସାରେ, ତାରିଖର ଏହି ଗଣିତ ଉଭୟ ଦେଶ ଏବଂ ଜନତାଙ୍କ ପାଇଁ ଏହା ବେଶ ମହତ୍ତ୍ବପୂର୍ଣ୍ଣ ରହିବ।

ଫେବୃଆରୀ ୨୦୨୦ : ରାହୁ, ଚନ୍ଦ୍ର ଏବଂ ଶନି

୧.ଏହି ମାସର ଅଙ୍କ ୨, ଯାହାର ସ୍ବାମୀ ଚନ୍ଦ୍ର । ଫେବୃଆରୀ ୨୦ତାରିଖ ପର୍ଯ୍ୟନ୍ତ ଚଳିତ ଅଙ୍କ ୮ ହୋଇଥିବାରୁ ସ୍ବାମୀ ଶନି ରହିବେ। ଏହା ସହଏହି ମାସରେ ୫ଟି ଶନିବାର ପଡ଼ୁଛି। ସେଥିପାଇଁ ଚଳିତ ବର୍ଷର ଅଙ୍କ  ହେଉଛି ୪ ଯାହାରର ସ୍ବାମୀ ରାହୁ । ଏହି କାରଣରୁ ଚନ୍ଦ୍ର, ଶନି ଏବଂ ରାହୁଙ୍କ ପ୍ରଭାବରୁ ଏହି ମାସ ବହୁତ ମହତ୍ତ୍ବପୂର୍ଣ୍ଣ ।

୨.ଏହି କାରଣରୁ ଫେବୃଆରୀରେ ଦେଶର ରାଜନୈତିକ ଏବଂ ଆର୍ଥିକ ସ୍ଥିତିରେ ଉତ୍ଥାନ-ପତନ ହେବାର ସମ୍ଭାବନା ରହିଛି। ଦେଶର ଜନତାଙ୍କ ମଧ୍ୟରେ ମନାନ୍ତର ବଢ଼ିପାରେ। ରାହୁ, ଶନି ଏବଂ ଚନ୍ଦ୍ର କାରଣରୁ ଆସୁଥିବା ଦିନମାନଙ୍କରେ ଦେଶର ରାଜନୈତିକ, ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଫେବୃଆରୀ ୧୯୯୨ : ଶନିବାର ଏବଂ ୨୯ ଦିନ

୧୯୯୨ ମସିହାରେ ମଧ୍ୟ ୨୯ ଦିନିଆ ଫେବୃଆରୀରେ ୫ଟି ଶନିବାରର ସଂଯୋଗ ହୋଇଥିଲା। ଏହି ବିଶେଷ ଯୋଗର ପ୍ରଭାବରୁ ହିଁ ସେହି ବର୍ଷ ଦେଶରେ ବଡ଼ ଘଟଣା ହୋଇଥିଲା। ସେହି ବର୍ଷ ଅଯୋଧ୍ୟାରେ ବିବାଦ ହୋଇଥିଲା। ଦେଶରେ ନିର୍ବାଚନ ଏବଂ ଜନତା ମଧ୍ୟରେ ବିରୋଧ ବଢ଼ିଯାଇଥିଲା।

୧୯୯୨ରେ ଦିଲ୍ଲୀ ଏବଂ ଦେଶ ପାଇଁ ଖାସ୍ ଥିଲା ଫେବୃଆରୀ

୧୯୯୨ମସିହାରେ ଫେବୃଆରୀ ମାସରେ ୫ଟି ଶନିବାରର ପ୍ରଭାବ ଦିଲ୍ଲୀରେ ପଡ଼ିଥିଲା। ଫେବୃଆରୀ ୧ତାରିଖରେ ହିଁ କେନ୍ଦ୍ରଶାସିତ ପ୍ରଦେଶ ଦିଲ୍ଲୀକୁ ନୂଆ ନାଁ ତଥା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ଦିଆଯାଇଥିଲା। ୧୯୯୨ମସିହାରେ ହିଁ ବିଦେଶ ପର୍ଯ୍ୟଟକଙ୍କ ପାଇଁ ଆଣ୍ଡାମାନ ଓ ନିକୋବର ଦ୍ବୀପ ଖୋଲାଯାଇଥିଲା।

ଫେବୃଆରୀ ମାସର ରୋଚକ ତାରିଖ

ଏହି ମାସର ୨ ଏବଂ ୨୦ ତାରିଖକୁ ଲେଖିବା ଦ୍ବାରା ଏହି ଅଙ୍କର ଏକ ରୋଚକ କ୍ରମ ଦେଖାଯିବ। ଯେମିତି ୦୨.୦୨.୨୦୨୦ ଏବଂ ଏହା ପରେ ୨୦.୦୨.୨୦୨୦ ଲେଖାଯିବ। ତେବେ ଅଙ୍କ ଜ୍ୟୋତିଷଙ୍କ କହିବାନୁସାରେ ଏହି ତାରିଖର କୌଣସି ବିଶେଷ ମହତ୍ତ୍ବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.