୨୫ ବର୍ଷ ପରେ ବି ମିଳୁନି କ୍ଷତିପୂରଣ, ଅନଶନରେ ବସିଲେ ବିସ୍ଥାପିତ

Published By : Prameya-News7 Bureau | June 29, 2021 IST

wp:heading {"level":4}

ଝାରସୁଗୁଡ଼ା, ୨୯/୦୬: ଏମ୍ସିଏଲ ଦ୍ୱାରା ଜମି ହରାଇ ନିଜ ହକ ନପାଇ ଆରମ୍ଭ କରିଛନ୍ତି ଆମରଣ ଅନଶନ । ଆଜି ଅନଶନର ଦ୍ଵିତୀୟ ଦିନ । ଝାରସୁଗୁଡ଼ା ଜିଲ୍ଲା ଏମସିଏଲ ଲଖନପୁର ଖଣିକ୍ଷେତ୍ର ଅଧୀନରେ କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ଦର୍ଲିପାଲି ଗ୍ରାମବାସୀ ଦୀର୍ଘବର୍ଷର ଦାବି ପରେ ମଧ୍ୟ ଆବଶ୍ୟକ କ୍ଷତିପୂରଣ, ନିଯୁକ୍ତି ଓ ଥଇଥାନ ଆଦି ସୁବିଧାରୁ ବଞ୍ଚିତ ରହିଛନ୍ତି। ତେଣୁ ଲଖନପୁର କୋଇଲାଖଣି ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଦର୍ଲିପାଲିବାସୀ ସୋମବାର ଠାରୁ  ଲଖନପୁର ଖଣିକ୍ଷେତ୍ରର ଜିଏମ୍ ଅଫିସ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।

/wp:heading wp:heading {"level":4}

ବିସ୍ଥାପନ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ଲଖନପୁର ଖଣିକ୍ଷେତ୍ର ଅଧୀନରେ ବେଲପାହାଡ଼ ଖୋଲାମୁହଁ କୋଇଲାଖଣି (ବିଓସିଏମ) ରୁ ମାତ୍ର କିଛି ଦୂରରେ ସରଣ୍ଡାମାଲ ପଞ୍ଚାୟତରେ ଦର୍ଲିପାଲି ଗ୍ରାମ ରହିଥିବା ବେଳେ ଗାଁର ୨୫୬ ଏକର ଜମି ଏମସିଏଲ୍ ଦ୍ୱାରା ଅଧିଗ୍ରହଣ ପାଇଁ ଗତ ୧୯୯୫ ମସିହାରେ ନୋଟିସ ଜାରି କରାଯାଇଥିଲା।

/wp:heading wp:heading {"level":4}

କିନ୍ତୁ ଅଦ୍ୟାବଧି ଗ୍ରାମର ଅନେକ ପରିବାର କ୍ଷତିପୂରଣ ପାଇ ନ ଥିବା ବେଳେ ନିଯୁକ୍ତି, ଭୂମିହୀନ ଶ୍ରେଣୀଙ୍କ ସମସ୍ୟା, ପୁନର୍ବାସ ପାଇଁ ଅନ୍ୟତ୍ର ଥଇଥାନ, ଥଇଥାନ ସ୍ଥାନରେ ସମସ୍ତ ପ୍ରକାର ସାଧାରଣ ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା ପାରିପାର୍ଶ୍ବିକ ଉନ୍ନୟନ କମିଟି ବୈଠକରେ ବାରମ୍ବାର ଏହି ସମସ୍ୟାର ସମାଧାନ ପାଇଁ ଫର୍ମୁଲା ବାହାର କରା ଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉନି । ଏହି ଆନ୍ଦୋଳନରେ ଖଣି ବିସ୍ଥାପିତ ସଂଘର ନେତା ବାସୁଦେବ ଭୋଇ, ବିରଞ୍ଚି ସାହୁ, ଗୋପୀନାଥ ମାଝୀ ନେଇଛନ୍ତି ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.