Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ବିତିଲାଣି, ହେଲେ ଏଯାଏ ଗିରଫ ହେଲେନି ଆକ୍ରମଣକାରୀ: ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା, ଡିଜି କହିଲେ ଶୀଘ୍ର ହେବ ଗିରଫ

27/01/2019 at 7:26 PM

ଭୁବନେଶ୍ବର ୨୭|୧: ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ବିତିଲାଣି ।  ହେଲେ ଏଯାଏ ଗିରଫ ହେଲେନି ଆକ୍ରମଣକାରୀ । କମିଶନରେଟ ପୋଲିସ ଜାଣିଶୁଣି ଗିରଫ କରୁନି ନା ଗିରଫ ନକରିବା ପାଇଁ କେଉଁ ଅଦୃଶ୍ୟ ଚାପ ରହୁଛି । ସେପଟେ ଏହି ଘଟଣାକୁ ନେଇ ତାତିଲେଣି ସାମ୍ବାଦିକ । ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପୋଲିସ ଡିଜିଙ୍କୁ ଭେଟି ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।…

ଭୁବନେଶ୍ବର ମହାରାଜା ସିନେମାହଲରେ ପ୍ରମେୟ ସାମ୍ବାଦିକ କପିଳ ପ୍ରଧାନଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଚୁପ୍ କାହିଁକି ? ରାସ୍ତାକୁ ଓହ୍ଲାଇଛି ସାମ୍ବାଦିକ ସଂଘ।  କାହା ଚାପରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି ପୋଲିସ ?  ପୋଲିସ ଉପରେ ରାଜନୈତିକ ଚାପ ପଡୁନାହିଁ ତ ? ଘଟଣାକୁ ନେଇ ସହିଦ ନଗର ଥାନାରେ ଏତଲା ଦିଆଯାଇଥିଲେ ବି ପୋଲିସ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ? ଏହି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।  ସାମ୍ବାଦିକ ସୁରକ୍ଷା ମଞ୍ଚ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଏହାସହ ବରିଷ୍ଠ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଦୁର୍ବ୍ୟବହାରକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।…

ଶନିବାର ମହାରାଜା ସିନେମା ହଲରେ ଆତଙ୍କ ମଚାଇଥିଲେ କିଛି ଦୁର୍ବୃତ୍ତ। ଦର୍ଶକମାନଙ୍କୁ ଗାଳିଗୁଲଜ କରିବା ସହ ଯୁବତୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏଥିରେ ଅତିଷ୍ଠ ହୋଇ କିଛି ଦର୍ଶକ ସିନେମା ହଲ ଛାଡି ପଳାଇଥିଲେ ।ସେଠାରେ ଉପସ୍ଥିତ ଥିବା ପ୍ରମେୟ ସାମ୍ବାଦିକ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରିଥିଲେ ଏହି ଦୁର୍ବୃତ୍ତମାନେ।  ଏମାନଙ୍କ ଦାଦାଗିରି ସଂପର୍କରେ ପୋଲିସକୁ ଜଣା ଯାଇଥିଲା । ସହିଦ ନଗର ଥାନାର ପିସିଆର ଘଟଣା ସ୍ଥଳରେ ପହଁଚି କିଛି ଗଣ୍ଡଗୋଳକାରୀଙ୍କୁ ଥାନାକୁ ଆଣିଥିଲା। ହେଲେ କିଛି ସମୟ ପରେ ସେମାନଙ୍କୁ ଛାଡ଼ି ଦେଇଥିଲା

ଏପଟେ ପ୍ରଶ୍ନ ଉଠୁଛି ସିନେମା ହଲ୍ ଭିତରେ ଏତେବଡ଼ ଗଣ୍ଡଗୋଳ ଘଟିଗଲା, ଯାହାକି ହଲରେ ଦର୍ଶକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି। ଏପରିକି ପୋଲିସ ଏହାକୁ ନିୟମିତ ଯାଞ୍ଚ କରୁଛି କି ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ହଲ୍‌ ଭିତରେ ସିସିଟିଭି ଲାଗିଛି ତ । ଯଦି ସିସିଟିଭି ଫୁଟେଜ ଅଛି, ପୋଲିସ କାହିଁକି ସିସିଟିଭି ଫୁଟେଜ ସାମ୍ନାକୁ ଆଣୁନି।

   Related Posts