Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଦୁଇ ଶହ ବର୍ଷ ତଳେ ଆବିଷ୍କୃତ ଆଣ୍ଟାର୍କଟିକା, ଆଉ ୨୦୦ ବର୍ଷ ପରେ ଥିବ ତ ?

31/01/2020 at 9:23 PM

 ନୂଆଦିଲ୍ଲୀ ୩୧/୦୧- ଆଜିକୁ ଠିକ୍ ୨୦୦ ବର୍ଷ ତଳେ ଆଣ୍ଟାର୍କଟିକା ଆବିଷ୍କୃତ ହୋଇଥିଲା । ୧୮୨୦ ମସିହା ଜାନୁଆରୀ ୨୭ ତାରିଖରେ ରୁଷ୍‌ର ନାବିକ ଫାବିୟାନ ଗୋର୍ଚ୍ଚଲିଏବଭାନ ବେଲିଂସାଉସେନ ଏବଂ ତାଙ୍କ ସହଯୋଗୀ ମାନେ ଆଣ୍ଟାର୍କଟିକା ଆବିଷ୍କାର କରିଥିଲେ । ସେମାନଙ୍କ ନୌପୋତ ଆଣ୍ଟାର୍କଟିକାର ପୂର୍ବ ପାଖରେ ଥିବା  ଏବେର ଫିମ୍ବୁଲା ଆଇସ ଚ୍ୟାମ୍ବରରେ ପହଞ୍ଚିଥିଲା । ତେବେ ବରଫରେ ଆବୃତ୍ତ  ବିରାଟ ଭୂଖଣ୍ଡଟି  ଥିଲା ଏକ ମାତ୍ର ଜନମାନବ ଶୂନ୍ୟ ମହାଦେଶ ।କିନ୍ତୁ ଏବେ ଏହି ହିମ ଆବୃତ୍ତ ମହାଦେଶ ସଂକଟରେ । ଗ୍ଲୋବାଲ ୱାର୍ମିଂର ପ୍ରଭାବ  ତଥା ଗ୍ରୀନ୍ ହାଉସ  ଗ୍ୟାସ ବିକିରଣ ଜନୀତ  ପ୍ରଭାବ କାରଣରୁ ତରଳୁଛି ଆଣ୍ଟାର୍କଟିକାର ବରଫ, ଆଉ ବଢୁଛି ସମୁଦ୍ର ଜଳପତ୍ତନ । ପରିବେଶ ସଂକଟ  ସହ ଅବକ୍ଷୟ ମୂଖୀ ଆଣ୍ଟାର୍କଟିକା ନେଇ ପରିବେଶ ବିଜ୍ଞାନୀଙ୍କ ଆଶଙ୍କା ଏବଂ ଉଦବେଗ।

 ଆଣ୍ଟାର୍କଟିକାର ବରଫ ତରଳୁଛି । ବିଶ୍ବର  ପରିବର୍ତ୍ତିତ ପରିବେଶ ପ୍ରଭାବରେ ଏହା ଘଟୁଛି । ଯଦି ତାହା ଜାରି ରହିବ ତେବେ ସମୁଦ୍ର ପତ୍ତନବୃଦ୍ଧିରେ ଆଣ୍ଟାର୍କଟିକାର ବରଫ ତରଳିବା ହିଁ ସବୁଠୁ ବଡ କାରଣ ହେବ । ବିଶ୍ବର ଅନ୍ୟ ଭୂଖଣ୍ଡରେ ଥିବା ବରଫ ତରଳିବା ଠାରୁ ଆଣ୍ଟାର୍କଟିକାର ବରଫ ତରଳିବାର ପ୍ରଭାବ ପ୍ରାୟ ୭.୫ ଗୁଣା ଅଧିକ ହେବ । ଏହାର କାରଣ ହେଲା ୧୯୯୨ରୁ ୨୦୧୭ ମଧ୍ୟରେ ଆଣ୍ଟାର୍କଟିକାରେ ବରଫ ପରିମାଣ ହ୍ରାସ ଯୋଗୁଁ ସମୁଦ୍ର ଜଳ ପତ୍ତନ ୭.୯ ମିଲିମିଟର ବଢିଛି । ଏପରିକି ନାସା ଏବଂ ୟୁରୋପୀୟ ମହାକାଶ ଏଜେନ୍ସୀ ପ୍ରାୟୋଜୀତ  ଆଇଏମ୍‌ବିଆଇଇ ଷ୍ଟଡି ଅନୁସାରେ  ଆଜିକା ଦିନରେ ଜଜଳପତ୍ତନ ବୃଦ୍ଧି ହାର ଗତ ୨୫ ବର୍ଷର ଯେକୌଣସି ଦିନଠାରୁ ବେଶି ।

 ୨୦୧୨ ପୂର୍ବରୁ  ହାରାହାରି ବରଫ ହ୍ରାସ ବା ବରଫ ତରଳିବା ପରିମାଣ ଥିଲା ୮୩.୮ ବିଲିୟନ ଟନ୍ । ଯାହାର ପ୍ରଭାବରେ ବର୍ଷକୁ ସମୁଦ୍ରପତ୍ତନ ୦.୨ ମିଲିମିଟର ହାରରେ ବୃଦ୍ଧିପାଉଥିଲା ।କିନ୍ତୁ ୨୦୧୨ ଠାରୁ ଏହି ବରଫ ତରଳିବା ପରିମାଣ ପ୍ରାୟ ତିନିଗୁଣା ବଢିଛି । ବାର୍ଷୀକ ୨୪୧.୪ ବିଲିୟନ ଟନ୍ ବରଫ ତରଳିବା ପଳରେ ସମୁଦ୍ରପତ୍ତନ ହାରାହାରି ୦.୬ ମିଲିମିଟର ବଢିଛି ।

 ଚିନ୍ତାଜନକ ହେଲା ଆଣ୍ଟାର୍କଟିକା ମହାଦେଶରେ ବରଫ ହ୍ରାସ ପରିମାଣ ୧୯୭୯ ରୁ ୨୦୧୭ ମଧ୍ୟରେ ୬ ଗୁଣାରୁ ଅଧିକ ହାରରେ ବୃଦ୍ଧି ପାଇଛି । ବିଜ୍ଞାନ ଗବେଷଣା ପତ୍ରିକା ପିଏନଏଏସ ତଥ୍ୟ ଅନୁଯାୟୀ ୧୯୭୯ ରୁ ୧୯୯୦ ମଧ୍ୟରେ  ବାର୍ଷୀକ ୪୦ ଗିଗାଟନ୍ ବରଫ କ୍ଷୟ ହୋଇଥିବା ବେଳେ ଏହାର ପରବର୍ତ୍ତୀ ସମୟରେ ଏହାର ପରିମାଣ ଅନେକ ମାତ୍ରାରେ ବୃଦ୍ଧି ପାଇଛି ।୨୦୦୯ ରୁ ୨୦୧୭ ମଧ୍ୟରେ ବାର୍ଷୀକ ବରଫ କ୍ଷୟର ପରିମାଣ ହାରାହାରି ୨୫୨ ଗିଗାଟନ୍ ।

ଏହି ତଥ୍ୟ ଅନଯାୟୀ ୩୬୦ ବିଲିୟନ ଟନ୍ ବରଫ ତରଳିବା କାରଣରୁ ସମୁଦ୍ରପତ୍ତନ ୦.୧ ମିଲିମିଟର ବୃଦ୍ଧି ପାଇଛି । ଅନ୍ୟଏକ ଅନୁଧ୍ୟାନରୁ ଆସିଛି ଚିନ୍ତା ଜନକ ତଥ୍ୟ । ବିଶ୍ବରେମୋଟ ବରଫ ପରିମାଣର ବରଫର ୯୦ ପ୍ରତିଶତ ଆଣ୍ଟାର୍କଟିକାରେ ହିଁ ରହିଛି । ତାସହ  ସେଠାରେ ଥିବା ମଧୁର ଜଳ ପରିମାଣ ୮୦ ପ୍ରିତିଶତ ।  କିନ୍ତୁ ବରଫ ତରଳିବା ସଂକଟର ଆଶଙ୍କା ସୃଷ୍ଟି କରିଛି ।ଆଣ୍ଟାର୍କଟିକାର କେତେକ ସ୍ଥାନରେ  ବରଫ ଆସ୍ତରଣ ୧୨୨ ମିଟର ପର୍ଯ୍ୟନ୍ତ ହ୍ରାସ ପାଇଛି ।ପଶ୍ଚିମ ଆଣ୍ଟାର୍କଟିକାରେ ଅନେକ ସ୍ତାନରେ ବରଫ ଆସ୍ତରଣ ସମୁଦ୍ର ଜଳପତ୍ତନଠାରୁ ତଳେ ରହିଛି ।ଏହା ପରିବେଶ ବିଜ୍ଞାନୀଙ୍କୁ ଚିନ୍ତିତ କରିଛି ।  

 ଆଣ୍ଟାର୍କଟିକାରେ ବରଫ ଆସ୍ତରଣର ହ୍ରାସ ଭୟଙ୍କର ବିପତ୍ତିର ଆଶଙ୍କା ଆଣେ ।ଯଦିଓ ବିଭିନ୍ନ କାରଣରୁ ଆଣ୍ଟାର୍କଟିକାରେ ଏପରି ଏବେ ଘଟୁଛି ।  ତେବେ ବିଶ୍ବ ତାପାୟନ ବା ଗ୍ଲୋବାଲ ୱାର୍ମିଂର ମୁକାବିଲା କରିବାରେ ଆମେ ସମର୍ଥ ହେଲେ ଆଣ୍ଟାର୍କଟିକାର ବରଫ ତରଳିବାକୁ ସାଧାରାଣ ଭାବେ  ହଜାର ହଜାର ବର୍ଷ ଲାଗିପାରେ ।

କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବି ଏହା ଉପରେ ରହିଛି । କାରଣ ଆମେ ଆଜି ଯାହା ସାମ୍ନା କରୁଛୁ ତାହା ୫୦ ରୁ ୧୦୦ ବର୍ଷ ତଳେ ଘଟିଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ । ତେବେ ଯାହାବି ହେଉ  ପରିବେଶର ସୁରକ୍ଷା ଜରୁରି । ତେବେ ପରିବେଶ ବିଜ୍ଞାନୀ  ଆଣ୍ଡି ସ୍ମିଥ୍‌ଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟାର୍କଟିକା ଉପରେ ପ୍ରଭାବ ଗୁରୁତ୍ବପୂର୍ଣ୍ଣ । ଭୂବୈଜ୍ଞାନୀୟ ସମୟ  ବା ଜିଓଲୋଜିକାଲ ଟାଇମ୍‌ ଆମକୁ ଏହା ଅନୁଭବ ଦେଇଛି ଯେ, ଅତୀତରେ ଆଇସ୍ ଏଜ୍‌ ଆସିଛି ଏବଂ ଯାଇଛି । ତେଣୁ ଏହା ଆମକୁ ଭାବିବାକୁ ହେବ ଯେ, ଏହା ଭବିଷ୍ୟତରେ ବି ଘଟିପାରେ ।

ତେବେ ଯଦି ଏପରି  ଘଟିଥାଏ  ତେବେ ତାହା ଏକ ବୁଦ୍ଧିମତାର ଚିନ୍ତା ହିଁ ହେବା ଉଚିତ । ତେବେ ଯାହାବି ହେଉ ଆଣ୍ଟାର୍କଟିକାର ବରଫ ହ୍ରାସ ବିଶ୍ବ ପାଇଁ ବିପଦ । କାରଣ ଯଦି ଆଣ୍ଟାର୍କଟିକାର ସବୁ ବରଫ ତରଳିଯିବ , ତେବେ ସମୁଦ୍ର ଜଳପତ୍ତନ ପ୍ରାୟ ୬୦ ମିଟର ଅର୍ଥାତ୍‌ ୨୦୦ ଫୁଟ ବଢିଯିବ । ତାପରେ ବିଶ୍ବର ସ୍ଥଳଭାଗ ଏବଂ ଜୀବ ସତ୍ତା କିପିର ପ୍ରଭାବିତ ହେବ ତାହା ଅନୁମାନ କରାଯାଇ ପାରିବ କି ?

   Related Posts