୧୯୯୯ ମହାବାତ୍ୟାର କରାଳ କାୟାରେ ଛାରଖାର ହୋଇଥିଲା ଓଡ଼ିଶା : ପ୍ରଭାବିତଙ୍କ ମନରୁ ୨୦ବର୍ଷ ପରେ ବି ଲିଭିନି ସେହି ହୃଦୟ ବିଦାରକ ଭୀଷଣ ଭୟଙ୍କର ଦୃଶ୍ୟ

Published By : Prameya-News7 Bureau | October 29, 2019 IST

ମହାକାଳପଡା ୨୯।୧୦: ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ବସଂସ୍ତୁପରେ ପରିଣତ ହେଲା ଘରଦ୍ବାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା । ଏଭିତରେ ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ବିତି ଗଲାଣି କିନ୍ତୁ ବଦଳିନି ଚିତ୍ର । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । ସେମିତି ଲୋକ ସଚେତନ ହୋଇଛନ୍ତି କିନ୍ତୁ ସ୍ଥିତି ଦେଖିଲେ ଲାଗୁଛି ଆଜି ପର୍ଯ୍ୟନ୍ତ ଯେମିତି ଚେତିନି ପ୍ରଶାସନ ।

{"id":176303}

କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଲଂ।ଜୁରା ପଂଚାୟତର  ପାଣିଖିଆ ଗାଁ । ଏହି ଗାଁରେ ୧୯୯୯ ମସିହା ମହାବାତ୍ୟାରେ ୧୫ ଜଣଙ୍କ ପ୍ରାଣ ଯାଇଥିଲା । ଏହାରି ଭିତରେ ମହାବାତ୍ୟାକୁ ୨୦ ବର୍ଷ  ବିତଯାଇଛି । ସେହି ଦିନର ପ୍ରକୃତିର ଧ୍ବଂସର ତାଣ୍ଡବ ଦୃଶ୍ୟ ଯେମିତି ବିଭିଷୀକାର ରଙ୍ଗମଂଚ ପାଲଟିଥିଲା ସତେ ଯେମିତି କାଲି ପରି ଲାଗୁଛି । 

{"id":176304}

ସେତେବଳେର ସ୍ଥିତିରେ ସୁଧାର ଆସିଛି ପୁଣି ଗଢି ଉଠିଛି ଘର ଦ୍ବାରା ନିର୍ମ।ଣ ହୋଇଛି ଆଶ୍ରୟ ସ୍ଥଳୀ, ରାସ୍ତା ଘାଟ । ମାତ୍ର ପାଣିଖିଆ ଆଦିବାସୀ ଅଧ୍ୟୁଷିତ ଗାଁରେ ସେମିତି ପରିବର୍ତ୍ତନ ହୋଇନି  । ସେତେବେଳେ ରାସ୍ତା ନଥିଲା ଏବେ ମୁଖ୍ୟ ରାସ୍ତା ନିର୍ମ।ଣ ହୋଇଛି ମାତ୍ର ଗାଁକୁ ଖଣ୍ଡେ ରାସ୍ତା ନାହିଁ କି ବାତ୍ୟା ଆଶ୍ରୟସ୍ଥଳୀଟିଏ ମଧ୍ୟ ନିର୍ମ।ଣ ହୋଇନି । ପ୍ରାକକୃତିକ ବିପର୍ଯ୍ୟୟ ଆସିଲେ ଭୟରେ ଗାଁ ଛାଡି ୩ କି.ମି. ଦୂରରେ ଥିବା ଅନ୍ୟ ଗାଁ ରେ ନିରାପଦ ଆଶ୍ରୟସ୍ଥଳୀକୁ ଯିବାକୁ ପଡୁଛି ।

{"id":176305}

ପାଣିଖିଆ ଗ୍ରାମର ବାବୁଲା ଟୁଡୁ । ୧୯୯୯ ମସିହାରେ ବୟସ ଥିଲା ୧୨ ବର୍ଷ । ବାତ୍ୟା ପବନ ଆସିଲା ଘର ଭାଙ୍ଗିଦେଲା ଚାଳରେ ବାସି ବାପା, ମା, ଭାଇ ଓ ଭଉଣୀ ଯାଇ ରାସ୍ତାରେ ଲାଗିଲେ । ତାପରେ ବାପା, ମା, ଭଉଣୀ, ଭାଇ ହାତ ଧରା ଧରି ହୋଇ ନିରାପଦ ସ୍ଥାନକୁ ଗଲା ବଳେ ବାବୁଲା ଧରିଥିଲା ୬ବର୍ଷ ବୟସ୍କ ସାନ ଭାଇ ସାନୁର ହାତ । ବାବୁଲା ସନିପାତ ହେବାରୁ ସାନ ଭାଇ ହାତକୁ ଛାଡି ଦେଇଥିଲା । ପ୍ରଖର ଶ୍ରୋତରେ ଭାସିଗଲା ଭାଇ । ବାତ୍ୟା କମିଲା ପରେ ଭାଇର ମୃତଦେହ ମିଳିଥିଲା ।

{"id":176306}

ସେହିପରି ସୁରେଶ ସୋରେନ ଘରେ ନଥିଲେ । ବାତ୍ୟା ପରେ ଫେରିଲା ବେଳକୁ ଖବର ପାଇଲେ ତାଙ୍କ ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଶଙ୍କର ମରାଣ୍ଡି ପାରାଦୀପରେ ରହି କାମ କରୁଥିଲେ । ବାତ୍ୟାର ତିନି ଦିନ ଗୋଟିଏ ଘରେ ପାଇଖାନା, ପରିଶ୍ରା କରି ସମୟ ବିତିଥିଲା । ବଂଚିବାର ଆଶା ନଥିଲା କିନ୍ତୁ ବଂଚିଗଲେ । ସକାଳୁ ଦେଖିଲା ବେଳକୁ କୁଢ କୁଢ ଶବ ।

{"id":176307}

ବାତ୍ୟା କ’ଣ ଜାଣି ନଥିଲୁ କି ରେଡିଓ ଟିଭି, ମୋବାଇଲ ନଥିଲା କି ସଚେତନତା ପାଇଁ କିଛି ସୁବିଧା କରାଯାଇନଥିଲା । ଯାହାଫଳରେ ବହୁ ଧନ ଜୀବନ ନଷ୍ଟ ହେଲା । ଏବେ ସମସ୍ତେ ସଚେତନ ଅଛନ୍ତି । ପ୍ରଶାସନ ହେଉ ବା ସ୍ଥାନୀୟ ସରପଞ୍ଚ ପହଞ୍ଚି ନିରାପଦ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗାଁରେ ବାତ୍ୟା ଅଶ୍ରୟସ୍ଥଳୀ ନିର୍ମ।ଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.