୨୦ବର୍ଷ ପରେ ବୃହସ୍ପତି ଗ୍ରହର ଅତ୍ୟନ୍ତ ନିକଟବର୍ତ୍ତୀ ହେଲା ପୃଥିବୀ : ଜୁଲାଇ ୧୪-୨୦ ତାରିଖରେ ଘଟିବାକୁ ଯାଉଛି ୩ଟି ବଡ଼ ମହାଜାଗତିକ ଘଟଣା

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୭: ଗ୍ରହର ବଦଳୁଥିବା ଗତି ଯୋଗୁଁ ମଙ୍ଗଳବାର ଦ୍ବିପ୍ରହର ୧ଟା ବାଜି ୧୬ମିନିଟରେ ସୂର୍ଯ୍ୟ,ବୃହସ୍ପତି ଏବଂ ପୃଥିବୀ ଗୋଟିଏ ରେଖାରେ ଆସି ଯାଇଥିଲେ। ମହାକାଶବିତଙ୍କ ମତରେ ୧୪ରୁ ୨୦ଜୁଲାଇର ସମୟ ମହାକାଶ ବିଜ୍ଞାନ ଦୃଷ୍ଟିରୁ ଖାସ୍ ହେବ। ଏହି ୭ଦିନ ମଧ୍ୟରେ ୩ଟି ବଡ଼ ମହାକାଶୀୟ ଘଟଣା ଘଟିବ।

ଏହା ଏଥର ଦୁର୍ଲଭ ସଂଯୋଗ ହେବ ଯେ ୭ଦିନ ମଧ୍ୟରେ ପୃଥିବୀର ୩ଗ୍ରହ ବୃହସ୍ପତି,ଶନି ଏବଂ ପ୍ଲୁଟୋ ସହ ଏପରି ସ୍ଥିତି ହେବ। ମଙ୍ଗଳବାର ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ୭.୪୩ରେ ପୂର୍ବ ଦିଗରେ ବୃହସ୍ପତି ଉଦୟ ହେଉଥିବା ଦେଖାଯାଇଥିଲା। ସେହିପରି ବିଳମ୍ବିତ ରାତିରେ ୧୨.୨୮ରେ ବୃହସ୍ପତି ଗ୍ରହ ପୃଥିବୀର ସବୁଠୁ ନିକଟରେ ଆସି ଯାଇଥିଲା। ଏହି ସମୟରେ ବୃହସ୍ପତି ଗ୍ରହର ଚନ୍ଦ୍ର ମଧ୍ୟ ଆକାଶରେ ଦେଖା ଯାଇଥିଲା। ବୁଧବାର ସକାଳ ୫.୦୯ପରଠୁ ଏହି ଗ୍ରହ ଦେଖା ଯିବା ବନ୍ଦ ହୋଇଯାଇଥିଲା।

ବୃହସ୍ପତି ଗ୍ରହ ରାତି ୧୨.୨୮ରେ ସୂର୍ଯ୍ୟର ଠିକ୍ ବିପରୀତକୁ ଆସି ଯାଇଥିଲା। ଏହାକୁ ଅପୋଜିସନ ଅଫ୍ ଜୁପିଟର କୁହାଯାଇଥାଏ। ଏମିତିରେ ବି ପୃଥିବୀ ପ୍ରତି ବର୍ଷ ଥରେ ସୂର୍ଯ୍ୟ ଏବଂ ବୃହସ୍ପତି ଗ୍ରହ ମଝିରେ ଆସିଥାଏ,କିନ୍ତୁ ଏଭଳି ଏହାର ବୃହସ୍ପତି ଗ୍ରହର ଏତେ ନିକଟରେ ଆସିବାର ଅବସର ୨୦ବର୍ଷ ପରେ ଆସିଛି। ପୂର୍ବରୁ ଏହା ୨୦୦୦ମସିହାରେ ହୋଇଥିଲା ଏବଂ ଏବେ ଏହା ୨୦୪୦ମସିହାରେ ହେବ।

 ଜୁଲାଇ ୧୬ତାରିଖ ଗୁରୁବାର ସୂର୍ଯ୍ୟ ଏବଂ ପ୍ଲୁଟୋ ମଝିରେ ପୃଥିବୀ ଆସିଯିବ। ଏହି ଦିନ ସକାଳ ୭.୪୭ପରଠୁ ଏହି ମହାକାଶୀୟ ଘଟଣା ଦେଖାଯାଇ ପାରିବ। ଏହି ସମୟରେ ୩ଗ୍ରହ ଗୋଟିଏ ରେଖାରେ ରହିବେ। ଜୁଲାଇ ୨୦ତାରିଖରେ ଅପୋଜିସନ ଅଫ୍ ସ୍ୟାଟର୍ଣ୍ଣର ସ୍ଥିତି ହେବ। ଜୁଲାଇ ୨୦-୨୧ ମଧ୍ୟରାତ୍ରି ୩.୪୪ରେ ସୂର୍ଯ୍ୟ ଏବଂ ଶନି ଗ୍ରହ ମଝିରେ ପୃଥିବୀ ଆସି ଯିବ। ୨୦୦୦ମସିହାରେ ଗୁରୁ ଏବଂ ଶନି ଗ୍ରହ ସହ ପୃଥିବୀର ଏହି ସ୍ଥିତି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.