Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସାଵରିମାଳା ମନ୍ଦିରରେ ୨ଜଣ ମହିଳା ପ୍ରବେଶ ନେଇ ତେଜିଲା ଆନ୍ଦୋଳନ : ୭୫୦ ବିକ୍ଷୋଭକାରୀ ଗିରଫ

4/01/2019 at 8:32 AM

ଅଶାନ୍ତ କେରଳ। ତେଜିଲା ସବରିମାଳା ବିବାଦ। ପରମ୍ପରା ଭଙ୍ଗକରି ମନ୍ଦିରର ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟ ପଡୁଛି ଉଠୁଛି। ରାଜ୍ୟବ୍ୟାପୀ ବ୍ୟାପକ ହିଂସାବେଳେ ଆଉ ଜଣେ ଶ୍ରୀଲଙ୍କାର ମହିଳା ଶଶିକଳା ଓ ତାଙ୍କ ସ୍ବାମୀ  ୧୮ଟି ପାହାଡ ଡେଇଁ ମନ୍ଦିରର ପ୍ରବେଶ କରିଛନ୍ତି। ଗତକାଲି ମନ୍ଦିର ବନ୍ଦ ହେବାର ଠିକ୍ ପୂର୍ବରୁ ରାତି ୧୦.୫୫ରେ ସେ ଆୟପ୍ପାଙ୍କୁ ଦର୍ଶନ କରିଥିବା କୁହାଯାଇଛି। ବୁଧବାର ଦୁଇ ଜଣ ମହିଳା ବିନ୍ଦୁ ଓ କନକଦୁର୍ଗା ମନ୍ଦିରରେ ପ୍ରବେଶ କରିଥିଲେ।ତେବେ ସେମାନେ ଅତି ପବିତ୍ର ଗଣାଯାଉଥିବା ୧୮ଟି ପାହାଚ ଡେଇଁ ମନ୍ଦିରରେ ପ୍ରବେଶ କରିନଥିଲେ। ସାଧା ପୋଷାକର ପୋଲିସର କଡା ସୁରକ୍ଷା ଭିତରେ ଶଶିକଳା ଆୟାପ୍ପାଙ୍କ ଦର୍ଶନ କରିଥିଲେ।

ସବରିମାଳାରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ଏଯାଏ ପୋଲିସ ୭୫୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ବ୍ୟାପକ ହିଂସା ଘଟଣାରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟ ହୋଇଛି। ୨୧ଜଣ ପୋଲିସଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ରିପୋର୍ଟ ମାଗିଛନ୍ତି କେରଳ ରାଜ୍ୟପାଳ ପି ସଥଶିବମ। ସବରିମାଳାରେ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଥିବା କଟକଣାକୁ ହଟାଇ ଐତିହାସିକ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ। ଏଥିପାଇଁ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ।

   Related Posts