Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବାଣ୍ଟିଲେନି କି ଦେଲେନି, ବାତ୍ୟା ୟସର ୨ ମାସ ପରେ ମାଟିରେ ପୋତା ହେଲା ବସ୍ତା ବସ୍ତା ଚୂଡା

26/07/2021 at 9:33 AM

ପଟ୍ଟାମୁଣ୍ଡାଇ ୨୬/୭: ବାତ୍ୟା ୟସ ପାଇଁ କେନ୍ଦ୍ରାପଡାର ତଳିଆ ଅଞ୍ଚଳ ବେଶି ପ୍ରଭାବିତ ହୋଇଥିଲା । ତେବେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କରିବା ଉପରେ ପ୍ରଶାସନ ବେଶି ଗୁରୁତ୍ୱ ଦେଇଥିଲା । କିଭଳି ଧନ ଜୀବନ ନଷ୍ଟ ନହେବ ସେଥିପାଇଁ ବେଶ ନଜର ରଖିଥିଲା ପ୍ରଶାସନ । ଆଉ ପ୍ରଭାବିତ ଲୋକ ଙ୍କ ପାଖରେ କିଭଳି ଶୁଖିଲା ଖାଦ୍ୟ ପହଞ୍ଚାଯାଇପାରିବ ସେ ନେଇ ମଧ୍ୟ ବେଶ ତତ୍ପର ଦେଖାଇଥିଲା ପ୍ରଶାସନ ।

କିନ୍ତୁ ବାଘମାରି ପଞ୍ଚାୟତକୁ ଆସିଥିବା ଶୁଖିଲା ଖାଦ୍ୟ ଚୁଡା ଲୋକଙ୍କୁ ନ ଦେଇ ବର୍ତମାନ ଦୀର୍ଘ ଦୁଇ ମାସ ପରେ ବସ୍ତା ବସ୍ତା ଚୁଡା ମାଟିରେ ପୋତି ଦେବା ଘଟଣା କୁ ତୀବ୍ର ବିରୋଧ କରାଯାଇଛି । ଲୋକଙ୍କ ଖାଦ୍ୟ କାହିଁକି ଗଛିତ ରଖାଯାଇଥିଲା । କାହିଁକି ଲୋକଙ୍କୁ ଦିଆନଯାଇ ବର୍ତ୍ତମାନ ନଷ୍ଟ କରାଗଲା ସେ ନେଇ ସନ୍ଦେହ ଘେରରେ । ତେବେ ବାତ୍ୟା ୟସ ସମୟରେ ଯେଉଁ ଚୁଡା ଆସିଥିଲା ସେ ସବୁ ବଣ୍ଟା ଯାଇଥିଲା ।

କିନ୍ତୁ କିଛି ବସ୍ତା ଚୁଡା ଗମୁଆ ହେବା କାରଣରୁ ଲୋକଙ୍କ ଖାଦ୍ୟ ଉପଯୋଗୀ ନଥିଲା । ତେଣୁ ସେହି ଚୁଡା ବସ୍ତା ବାଘ ମାରି ପଂଚାୟତ ବା ବାଘମାରି ପଞ୍ଚାୟତ ମଞ୍ଜୁଳା ପୋଲି ବିଦ୍ୟାଳୟରେ ରଖା ଯାଇଥିଲା । ସେପଟେ ସୋମବାରଠାରୁ ବିଦ୍ୟାଳୟ ଖୋଲିବା କୁ ନିଷ୍ପତି ହେବା ପରେ ସେ ଚୁଡାକୁ ବିଦ୍ୟାଳୟ ପରିସରରେ ପୋତି ଦିଆଯାଇଛି ।

   Related Posts