ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କାଶ୍ମୀର ଭ୍ୟାଲି, ଦୁଇ ମାସ ହେବ ଥିଲା ବନ୍ଦ

Published By : Prameya-News7 Bureau | October 10, 2019 IST

ଶ୍ରୀନଗର ୧୦।୧୦: ଦୀର୍ଘ ୨ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କାଶ୍ମୀର ଭ୍ୟାଲି । ଆଜିଠୁ ପର୍ଯ୍ୟଟକମାନେ କାଶ୍ମୀର ବୁଲିବାକୁ ଯାଇପାରିବେ। ଗତ ଅଗଷ୍ଟ ୨ ତାରିଖରେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କ କାଶ୍ମୀର ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

{"id":168316}

ରାଜ୍ୟପାଳ ସତ୍ୟପାଲ ମଲିକ ଏହି କଟକଣା ଉଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର କିଛିଦିନ ପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସରକାର ଅମରନାଥ ଯାତ୍ରା ରଦ୍ଦ କରିବା ସହିତ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ କାଶ୍ମୀର ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ।

{"id":168317}

ଗତ ସୋମବାର ରାଜ୍ୟପାଳ କାଶ୍ମୀରର ସ୍ଥିତି ଏବଂ ସୁରକ୍ଷାର ସମୀକ୍ଷା କରିଥିଲେ। ଏ ନେଇ ମୁଖ୍ୟ ଶାସନ ସଚିବ ଏବଂ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଏକ ବୈଠକ ବସିଥିଲା। ବୈଠକରେ ଆଜିଠୁ କାଶ୍ମୀର ଉପତ୍ୟକାରୁ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.