Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦୁଇମାସ ପରେ ପୁଣି ରାଜଧାନୀରେ ଗଡ଼ିବ ସିଟି ବସ୍‌, ପ୍ରଥମ ପର୍ଯ୍ୟାୟରେ ଚାଲିବ ୮୯ ବସ୍‌

18/07/2021 at 4:21 PM

ଭୁବନେଶ୍ୱର,୧୮/୦୭: ଆସନ୍ତା କାଲିଠାରୁ ଆରମ୍ଭ ହେବ ସିଟି ବସ ସେବା । ଦୁଇ ମାସ ପରେ ପୁଣି ରାସ୍ତାରେ ଗଢ଼ିବ ବସ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଲିବ । ତେବେ ଭୁବନେଶ୍ବର ସିଟି ବସ ଡିପୋରେ ବସଗୁଡ଼ିକକୁ ଆଜି ସାନିଟାଇଜ କରାଯାଉଛି । ଚଳାଚଳ ପୁର୍ବରୁ ସମସ୍ତ ବସକୁ ସାନିଜଟାଇଜ କରାଯିବ ବୋଲି କ୍ୟାପିଟାଲ ରିଜୟନ ଅର୍ବନ ଟ୍ରାନ୍ଫୋର୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବସ ଚଳାଚଳକୁ ମଧ୍ୟ ଚାହିଁବସିଛନ୍ତି ରାଜଧାନୀ ବାସିନ୍ଦା ।

ଲକଡାଉନ ଯୋଗୁଁ ବନ୍ଦ ହୋଇଥିଲା ସିଟି ବସ ସେବା। ସୋମବାର ଠାରୁ ୧୬ ଟି ରୁଟରେ ଏହି ସେବା ପୁଣିଥରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି CRUT । କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ । ବିନା ମାସ୍କରେ ବସରେ ପାସେଞ୍ଜରଙ୍କୁ ଯାତ୍ରାକରିବାକୁ   ଅନୁମତି ଦିଆଯିବ ନାହିଁ । ସିଟ ଅନୁଯାୟୀ ପାସେଞ୍ଜର ଯିବେ । ଠିଆ ହୋଇଯିବା ପାଇଁ ପାସେଞ୍ଜରଙ୍କୁ ଅନୁମତି ବୋଲି କ୍ରୁଟ(CRUT) ପକ୍ଷରୁ କୁହାଯାଇଛି ।

ଗତ ମେ ମାସ ୧୯ରୁ ମୋ ବସ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଥିଲା । କେବଳ କିଛି ବସ ଜରୁରୀକାଳୀନ ସେବା ପାଇଁ ଚାଲୁଥିବା ବେଳେ ଆଉ ସମସ୍ତ ବସ ଡିପୋରେ ରହିଥିଲା । ଏପଟେ ବସ ସେବା ବନ୍ଦ ରହିଥିବାରୁ ଅନେକ ଯାତ୍ରୀ ମଧ୍ୟ ହଇରାଣ ହେଉଥିଲେ । ବସ ଚଳାଚଳ ହେଲେ ପୁଣି ସୁବିଧା ହେବ ବୋଲି ଯାତ୍ରୀ କହିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବସଟିକୁ ବାରମ୍ବାର ସାନିଟାଇଜ କରି ରଖିବା ଚଲାଇବାକୁ ମଧ୍ୟ ଯାତ୍ରୀ ଦାବି କରିଛନ୍ତି ।

କେବଳ ସିଟି ବସ ନୁହେଁ ଆସନ୍ତାକାଲି ଠାରୁ ଘରୋଇ ବସ ସେବା ମଧ୍ୟ ଆରମ୍ଭ ହେଉଛି । ତେବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ବସ ଚଳାଚଳ ହେବ ।

   Related Posts