Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଦରପୋଡା ଟ୍ରେନ୍ ଇଞ୍ଜିନ୍ରୁ ବାହାରୁଛି ଧୂଆଁ ; ଟ୍ରାକ୍ ଉପରୁ ହଟାଗଲା ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ଇଞ୍ଜିନ, ଦୀର୍ଘ ୧୮ ଘଣ୍ଟା ପରେ ରାୟଗଡା-କେଉଟଗୁଡା ଷ୍ଟେସନ ଦେଇ ରେଳ ଚଳାଚଳ ସ୍ବାଭାବିକ

26/06/2019 at 5:31 PM

ରାୟଗଡା ୨୬|୬: ଦୀର୍ଘ ୧୮ ଘଣ୍ଟା ପରେ ରାୟଗଡା କେଉଟଗୁଡା ଷ୍ଟେସନ ଦେଇ ରେଳଚଳ ସ୍ବାଭାବିକ ହୋଇଛି । ଗତକାଲିର ଦୁଃଖଦ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଏବେ ଦୁର୍ଘଟଣାର କାରଣ ଖୋଜା ଚାଲିଛି । ଗତକାଲି ଦୁଇ ଜଣ ଷ୍ଟେସନ ମାଷ୍ଟରଙ୍କ ସମେତ ୩ ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ, କାର୍ଯ୍ୟରେ ତୃଟି ଲାଗି ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟରଙ୍କୁ  ମଧ୍ୟ ନିଲମ୍ବନ କରାଯାଇଛି।ତେବେ ଗୋଟିଏ ଟ୍ରାକ୍‌ରେ ସମଲେଶ୍ବରୀ  ଏକ୍ସପ୍ରେସ୍ ଏବଂ ମେଣ୍ଟେନାନନ୍ସ  ଇଂଜିନ ମୁହାଁ ମୁହିଁ ହେବା ଯେ, ମାନବୀୟ ତ୍ରୁଟି ଏହାର ଆଶଙ୍କା ବେଶି ।

ଏବେ ବି ଦରପୋଡା ଟ୍ରେନ୍‌  ଇଞ୍ଜିନ୍‌ରୁ ବାହାରୁଛି ଧୂଆଁ । ଟ୍ରାକ୍‌ ଉପରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ ଇଞ୍ଜିନକୁ ହଟାଯାଇଛି, କିନ୍ତୁ  ରହିଛି ସେହି ଭୟଙ୍କର ଦୁର୍ଘଟଣାର ଚିହ୍ନ । ଟ୍ରେନ୍‌ ଇଞ୍ଜିନ ହୁତ ହୁତ ହୋଇ ଜଳିବା ଏବଂ ତିନି ଜଣଙ୍କ ଜୀବନ ଯିବାର ଭୟ  ଏବଂ  ଦୁଃଖ ପରିବେଶକୁ ଏବେ ବି ଭାରାକ୍ରାନ୍ତ କରି ରଖିଛି । ତେବେ ରେଲଭିଭାଗର ଯୁଦ୍ଧକାଳୀନଭିତ୍ତିରେ  ଉଦ୍ଧାର ଓ ମରାମତି ଯୋଗୁଁ   ଦୀର୍ଘ ୧୮ ଘଣ୍ଟା ପରେ କୋରାପୁଟ-ରାୟଗଡା ରେଳପଥରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି।

ଏହି ରୁଟରେ ଦୁର୍ଘଟଣା ପରେ ପ୍ରଥମେ ବୁଧବାର ଦିନ ସାଢେ ୧୦ ଟାରେ ଗଡିଛି ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ । ତଥାପି ଯାତ୍ରୀଙ୍କ ମନରେ ଭୟ ବାରି ହେଉଥିବା ବେଳେ , ସୁରକ୍ଷା ବ୍ୟବସ୍ଥାକୁ ନେଇ ଯାତ୍ରୀ  ଓ ସ୍ଥାନୀୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।ସେପଟେ ଘଟଣାକୁ ନେଇ ସସ୍‌ପେଣ୍ଡ ଧାରା  ଜାରି ।ଦୁର୍ଗଟଣାସ୍ଥଳ ପରିଦର୍ଶନ ପରେ ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟର ସନ୍ତୋଷ କୁମା ବହେରାଙ୍କୁ ନିଲମ୍ବନ କରିଛନ୍ତି ବିଶାଖାପାଟନମ ଡିଆରଏମ ଚେତନ ଶ୍ରୀବାସ୍ତବ ।

ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ଗଟଣାଗ୍ରସ୍ତ ଟ୍ରେନ ଇଞ୍ଜିନକୁ ସ୍ଥାନାନ୍ତର ସହ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରୁ ଯାତ୍ରୀଙ୍କ ଲାଗି ଅନ୍ୟବ୍ୟବସ୍ଥା କରାଯାଇଛି । ମୃତ ରେଳ କର୍ମଚାରୀଙ୍କ  ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏପଟେ ଡିଭିଜନାଲ ଇଂଜିନିୟରଙ୍କ ସହ  ଶତାଧତ୍କ କର୍ମଚାରୀ ଓ ଶ୍ରମିକ ଏହି ରେଳଧାରଣା ମରାମତି କାମ ଶେଷ କରିଛନ୍ତି । ଏବେ ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ବି ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କାରଣ ସ୍ପଷ୍ଟ ହୋଇନଥିଲେ ବି, ମାନବୀୟ  ତ୍ରୁଟିରୁ ଦୁର୍ଘଟଣା ଘଟିଥିବା ରାୟଗଡ଼। ଷ୍ଟେସନ ମାଷ୍ଟର  ବେଶ୍ ଜୋର ଦେଇ କହିଛନ୍ତି । ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।

   Related Posts