Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ବାହାଘରକୁ ମାତ୍ର ୧୭ ଦିନ ପୁରିନି, ସ୍ତ୍ରୀ କୁ ପ୍ରେମିକ ହାତକୁ ଟେକିଦେଲେ ସ୍ବାମୀ, ଏଗ୍ରିମେଣ୍ଟରେ ଲେଖିଲେ ଏମିତି…

24/07/2021 at 5:05 PM

ରାଞ୍ଚି ୨୪/୦୭ : କଥାରେ ଅଛି ସ୍ବାମୀ-ସ୍ତ୍ରୀ ସମ୍ପର୍କ ୭ ଜନ୍ମ ପାଇଁ ହୋଇଥାଏ । କିନ୍ତୁ ଏଭଳି କିଛି ଦୃଶ୍ୟ ମଧ୍ୟ ପଅତିଦିନ ଘଟେ ଯାହାକି ମଣିଷକୁ ଚକିତ କରିଦିଏ । ବିବାହ ବିଚ୍ଛେଦ ହେଉ କିମ୍ବା କଳହ ଏ ସବୁ କୌଣସି ନା କୌଣସି କାରଣ ପାଇଁ ହୋଇଥାଏ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ରାଞ୍ଚିରେ । ବିବାହର ମାତ୍ର ୧୭ ଦିନ ପ​‌ରେ ସ୍ତ୍ରୀକୁ ତାର ପ୍ରେମିକ ହାତଟୁ ଟେକିଦେଇଛି ସ୍ବାମୀ । କେବଳ ସେତିକି ନୁହେଁ ଚୁକ୍ତିପତ୍ର ମଧ୍ୟ ଯୁବତୀଙ୍କ ହାତରେ ଦେଇଛନ୍ତି ସ୍ବାମୀ ।

ସୂଚନାଯୋଗ୍ୟ, ରାଞ୍ଚି ସ୍ଥିତ ହରମୁ ରୋଡ ନ୍ୟୁ ଆନନ୍ଦ ନଗରର ଜଣେ ଯୁବତୀଙ୍କ ସହିତ ରାତୁ ଥାନା ଚିପରା ଗାଁର ଜଣେ ଯୁବକଙ୍କ ଜୁଲାଇ ୩ ତାରିଖରେ ବିବାହ ହୋଇଥିଲା । ତେବେ ବିବାହ କରି ଶାଶୁ ଘରକୁ ଯିବା ପରେ ମଧ୍ୟ ଅନେକ ସମୟରେ ଫୋନରେ କଥା ହେଉଥିଲେ ନବ ବଧୂ । ଏଥିରେ ସନ୍ଦେହ ହେବାରୁ ଘରଲୋକେ ତାଙ୍କ ମୋବାଇଲ ଯାଞ୍ଚ କରିଥିଲେ । ଏହାପରେ ଘଟଣା ବାବଦରେ ଖୁଲାସା ହୋଇଥିଲା । ବିବାହର ମାତ୍ର ୧୭ ଦିନ ହୋଇଥିବା ବେଳେ ଏଭଳି ଘଟଣା ଜଣାପଡିବା ପରେ ନବ ବିବାହିତ ଯୁବକଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ଏହାପରେ ଉଭୟ ପରିବାର ଘଟଣାର ଆପୋଷ ବୁଝାମଣା କରିଥିଲେ ଏବଂ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ କୌଣସି କଥା ନଶୁଣି ତାଙ୍କ ପ୍ରେମିକ ନିକଟକୁ ଫେରାର ହୋଇଯାଇଥିଲା । ପରେ ଜୁଲାଇ ୧୯ ତାରିଖରେ ପତ୍ନୀକୁ ବୁଝାସୁଝା କରି ଘରକୁ ଆଣିଥିଲେ ଯୁବତୀଙ୍କ ସ୍ବାମୀ । କିନ୍ତୁ ଯୁବତୀଜଣକ ସ୍ବାମୀଙ୍କ ସହିତ ରହିବା ପାଇଁ ଆଦୌ ରାଜି ନଥିଲେ । ଏହାପରେ ଯୁବକ ଜଣକ ଏକ ଚୁକ୍ତି କରିଥିଲେ ଏବଂ ଯୁବତୀଙ୍କୁ ତାଙ୍କ ପ୍ରେମିକ ସହିତ ରହିବାକୁ ଛାଡିଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଉକ୍ତ ନବ ବିବାହିତା ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ମଧ୍ୟରେ ପ୍ରାୟ ​‌ଦେଢ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ।   

   Related Posts