Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

୧୪ବର୍ଷ ପରେ ପାଲେଷ୍ଟାଇନ୍‌ରେ ହେବ ସାଧାରଣ ନିର୍ବାଚନ

16/01/2021 at 9:03 AM

ନୂଆଦିଲ୍ଲୀ ୧୬।୦୧: ୧୪ବର୍ଷ ପରେ ହେବ ନିର୍ବାଚନ । ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ୧୪ ବର୍ଷ ପରେ ପାଲେଷ୍ଟାଇନ୍‌ରେ ହେବାକୁ ଯାଉଛି ନିର୍ବାଚନ । ନିଜର ପ୍ରଥମ ରାଷ୍ଟ୍ରୀୟ ନିର୍ବାଚନ ଲଢିବାକୁ ଯାଉଛି ପାଲେଷ୍ଟାଇନ୍ । ସଂସଦୀୟ, ରାଷ୍ଟ୍ରପତି, ଓ ରାଷ୍ଟ୍ରୀୟ ପରିଷଦର ଏହି ନିର୍ବାଚନରେ ସାମିଲ ଅଛି । ପାଲେଷ୍ଟାଇନ୍ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିବା ସ୍ୱାକ୍ଷରିତ ଅନୁଯାୟୀ, ସଂସଦୀୟ ନିର୍ବାଚନ ୨୨ ମଇ, ରାଷ୍ଟ୍ରପତି ନିର୍ବାଚନ ୩୧ ଜୁଲାଇ ଏବଂ ୩୧ ଅଗଷ୍ଟକୁ ରାଷ୍ଟ୍ରୀୟ ପରିଷଦର ନିର୍ବାଚନ ହେବ ।  

ଖବର ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମିତି ଓ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍ଥାନରେ ଲୋକତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୨୦୧୪ରେ ଇସ୍ରାଇଲ୍‌ ଏବଂ ଫିଲିସ୍ତିନ ମଧ୍ୟରେ ଶାନ୍ତି ବାର୍ତ୍ତା ଭଙ୍ଗ ହୋଇଥିଲା ।

୧୯୬୭ରେ ମଧ୍ୟ ପୂର୍ବ ଯୁଦ୍ଧରେ ଇସ୍ରାଇଲ୍‌ ଓ୍ୱେଷ୍ଟ ବ୍ୟାଙ୍କ, ଗାଜା ପଟ୍ଟୀ ଏବଂ ପୂର୍ବ ଜେରୁଜେଲମ୍‌କୁ ଦଖଲ କରିଦେଇଥିଲା । ଅନ୍ତଜାର୍ତୀୟ ଆଲୋଚନା ପରେ ବି ସେ ସେହିସବୁ ଅଞ୍ଚଳକୁ ନିୟନ୍ତ୍ରିତ କରିଆସୁଥିଲା । ଅନ୍ୟପଟେ ପାଲେଷ୍ଟାଇନ୍ ବାସିନ୍ଦାମାନେ ପୂର୍ବ ଜେରୁଜେଲମ୍‌କୁ ନିଜର ରାଜଧାନୀ ରୂପେ ଘୋଷଣା କରିଥିଲା । ଏହି ଅଞ୍ଚଳରେ ସେମାନେ ଏକ ସ୍ୱତନ୍ତ୍ର ରାଜ୍ୟ ସ୍ଥାପିତ କରିବାକୁ ଚାହୁଁଥିଲେ । ଏହାପରେ ପାଲେଷ୍ଟାଇନ୍ ଲିବରେସନ୍‌ ସଂଗଠନ ୧୫ ନଭେମ୍ବର ୧୯୮୮ରେ ପାଲେଷ୍ଟାଇନ୍କୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରାଯାଇଥିଲା । ଏବେ ରାଷ୍ଟ୍ରପତି ଦେଶର ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ।

   Related Posts