Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୨୦୯ ବର୍ଷ ପରେ ପୁଣି ଧନୁ ରାଶିରେ ଏକତ୍ର ହୋଇଛନ୍ତି ବୃହସ୍ପତି, ଶନି ଓ କେତୁ, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ସମୟ

ସୋମବାର ନଭେମ୍ବର ୪ ତାରିଖରେ ବୃହସ୍ପତି ଧନୁ ରାଶିକୁ ପ୍ରବେଶ କରିଛନ୍ତି। ପୂର୍ବରୁ ଏହି ରାଶିରେ ଶନି ଓ କେତୁ ଅବସ୍ଥାନ କରୁଥିଲେ। ସ୍ୱରାଶିରେ ବୃହସ୍ପତି ପ୍ରାୟ ୧୨୦୯ ବର୍ଷ ପରେ ଶନି ଓ କେତୁଙ୍କ ସହ ଯୁତି କରିଛନ୍ତି। ଏହା ପୂର୍ବରୁ ୧୬ ଅକ୍ଟୋବର ୮୧୦ ରେ ଧନୁରାଶିରେ ବୃହସ୍ପତିଙ୍କ ସହ ଶନି ଓ କେତୁଙ୍କ ଯୋଗସୃଷ୍ଟି ହୋଇଥିଲା। ଫଳରେ ସେଦିନ ଦେବୋତ୍ଥନୀ ଏକାଶୀ ପାଳନ ହୋଇଥିଲା। ତେବେ କେତୁ ଧନୁ ରାଶିରେ ସମ୍ପୂର୍ଣ୍ଣ ଅବସ୍ଥାନ କାଳ ବକ୍ରି ରହିବେ। ହେଲେ ଶନି ଓ ବୃହସ୍ପତି ମାର୍ଗି ରହିବା ଯୋଗୁ ଆସନ୍ତୁ ଜାଣିବା ୧୨ ରାଶିଙ୍କ ଉପରେ ଏହାର ପ୍ରଭାବ।

ମେଷ ରାଶି ଜାତକ ଲୋକଙ୍କ ନବମ ଭାବରେ ତ୍ରିଗ୍ରହୀ ଯୋଗ ଏପର୍ଯ୍ୟନ୍ତ ଭୋଗୁଥିବା ସମସ୍ୟାରୁ ମୁକ୍ତି ପ୍ରଦାନ କରିବ। ଆର୍ଥିକ ପରିସ୍ଥିତିରେ ସୁଧାର ସାଙ୍ଗକୁ ହୋଇଥିବା କ୍ଷତିର ପୂରଣରେ ସହାୟକ ହେବ। ଶତ୍ରୁ ନାଶ ଓ ସରକାରୀ ସ୍ତରରୁ ସହଯୋଗର ସୂଚନା ମିଳେ। ବୃଷ ରାଶି ଜାତକଙ୍କ ଅଷ୍ଟମ ଭାବରେ ଏହିଯୋଗ ସାମାନ୍ୟ ଚିନ୍ତାକାରକ ହୋଇପାରେ। ଧନ ସମ୍ପର୍କିତ ବିଷୟରେ ସତର୍କ ହେବା ଆବଶ୍ୟକ। ଧନ ସଞ୍ଚୟଲାଗି ଉଦ୍ୟମ କରନ୍ତୁ ଓ ଆବଶ୍ୟକତା ବେଳେ ତାର ଉପଯୋଗ କରନ୍ତୁ। ମିଥୁନ ରାଶି ଜାତକଙ୍କ ସପ୍ତମ ଭାବରେ ତ୍ରିଗ୍ରହୀ ଯୋଗ ମିଶ୍ରିତ ଫଳଦାୟକ ହେବ। ଜରୁରୀ କାମ ସୁଗମରେ ହେବା ସହ ପାରିବାରିକ ପରିସ୍ଥିତି ସନ୍ତୋଷଜନକ ରହିବ।

କର୍କଟ ରାଶି ଜାତକଙ୍କ ଲାଗି ସମୟ ଉତ୍ସାହ ବର୍ଦ୍ଧକ ହେବ। ବେକାରଙ୍କ ରୋଜଗାର ସନ୍ଧାନ ଶେଷ ହେବ। ବିଭିନ୍ନ ଭୈତିକ ସୁଖ ସୁବିଧା ମଧ୍ୟ ପ୍ରାପ୍ତ କରିବେ। ସିଂହ ରାଶି ଜାତକଙ୍କ ଲାଗି ତ୍ରିଗ୍ରହୀ ଯୋଗ ବାଣିଜ୍ୟ ବ୍ୟବସାୟରେ ସଫଳତା ପ୍ରଦାନ କରିବେ। ଚାକିରୀ ଆଦି ବୃତ୍ତି କରୁଥିବା ଲୋକଙ୍କ ପଦୋନ୍ନତୀ ସାଙ୍ଗକୁ ଧନ ଲାଭର ସୂଚନା ମିଳୁଛି। ତେବେ କନ୍ୟା ରାଶି ଜାତକଙ୍କ ଲାଗି ସମୟ ଅର୍ଥ ସଙ୍କଟର ସୂଚନା ଦେଉଛି। ଧନଲାଭ ଲାଗି ବ୍ୟବସାୟୀଙ୍କୁ ଅତିରିକ୍ତ ପରିଶ୍ରମ କରିବାକୁ ପଡିବ।

ତୁଳା ରାଶି ଜାତକଙ୍କ ଲାଗି ଉନ୍ନତିର ଅବସର ଆଣିଛି ତ୍ରିଗ୍ରହୀ ଯୋଗ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସମୟ ମଧ୍ୟରେ ଧାର୍ଯ୍ୟ ଲକ୍ଷ ପୁରଣ କରିବାରେ ସକ୍ଷମ ହେବେ। ବିଛାରାଶି ଜାତକଙ୍କ ଲାଗି ସ୍ଥିତି ଅଧିକ ଅନୁକୂଳ ହେବ। ବାଣିଜ୍ୟ ବ୍ୟବସାୟ ଅଥବା ଚାକିରୀ ବୃତ୍ତିରେ ଉନ୍ନତିର ଅବସର ମିଳିବ। ଜାନୁୟାରୀ ୨୦୨୦ ପରେ ସମୟ ଅଧିକ ପ୍ରଶସ୍ତ ହେବ। ଧନୁ ରାଶି ଜାତକ ଋଣ ମୁକ୍ତ ହେବେ। ଧର୍ମ କାର୍ଯ୍ୟରେ ଋଚି ବଢିବ। ଲାଭର ସମୟ ଧନାର୍ଜନର ଅପୂର୍ବ ସୁଯୋଗ ପ୍ରାପ୍ତ କରିବେ।

ମକର ରାଶି ଜାତକଙ୍କ ଲାଗି ଏଭଳି ଯୋଗ ଆୟକୁ ପ୍ରଭାବିତ କରିପାରେ। ଚାକିରୀ ବୃତ୍ତିରେ ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ। ବିବାଦଠାରୁ ଦୂରେଇ ରୁହନ୍ତୁ ଯଦି କୌଣସି ମାମଲା କୋର୍ଟକଚେରୀରେ ଲମ୍ବିତ ଥାଏ ତେବେ କୋର୍ଟବାହାରେ ସମାଧାନ କରିନେବା ଭଲ। କୁମ୍ଭରାଶି ଜାତକଙ୍କ ଲାଗି ତ୍ରିଗ୍ରହୀ ଯୋଗ କାରଣରୁ ଆର୍ଥିକ ଲାଭର ସମୟ ସୃଷ୍ଟି ହୋଇଛି। ବାଞ୍ଛିତ ସମସ୍ୟ କାର୍ଯ୍ୟ ସଫଳ ହେବେ। ପାରିବାରିକ ସମସ୍ୟା ସମାଧାନ ହେବ। ସେହିପରି ମୀନ ରାଶି ଜାତକଙ୍କ ଲାଗି ଯୋଗ ଅତ୍ୟନ୍ତ ଶୁଭ ସମୟ ସୃଷ୍ଟି କରିଛି। ଧନାଗମ ସାଙ୍ଗକୁ ପୂର୍ବରୁ ଚାଲିଆସିଥିବା ସମସ୍ୟାର ଅନ୍ତ ହେବ। ସ୍ୱାସ୍ଥ୍ୟ ସୁଧାରର ମଧ୍ୟ ସଙ୍କେତ ମିଳେ।

4959 Views

   ସମ୍ବନ୍ଧିତ ଖବର