Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଦୀର୍ଘ୧୧ ମାସ ପରେ ଦେଶରେ ଆରମ୍ଭ ହେବାକୁ ଯାଉଛି ପାସେଞ୍ଜର ରେଳ ସେବା, ଯାତ୍ରୀଙ୍କୁ ଦେବାକୁ ହେବ ଏକ୍ସପ୍ରେସ ଭଡ଼ା

25/02/2021 at 9:33 PM

ନୂଆଦିଲ୍ଲୀ ୨୫।୨: କରୋନା ଭାଇରସ ମହାମାରୀ ଲାଗି ଦେଶରେ ବନ୍ଦ କରାଯାଇଥିବା ପାସେଞ୍ଜର ରେଳ ସେବା ପୁଣି ଆରମ୍ଭ କରିବାକୁ ରେଲୱେ ବୋର୍ଡ ସବୁଜ ସଂକେତ ଦେଇଛନ୍ତି। ଏଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପୂର୍ବୋତ୍ତର ରେଳବାଇର ୩୨ଟି ରୁଟରେ ପାସେଞ୍ଜର, ଡିଏମୟୁ ଓ ମେମୁ ଟ୍ରେନ ଚଳାଇବେ ବୋଲି ଜଣାପଡିଛି।

ପ୍ରାୟ ୧୧ ମାସ ପରେ ଦେଶରେ ପ୍ରଥମ ପାସେଞ୍ଜର ରେଳ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଯାତ୍ରୀଙ୍କ ଠାରୁ ଏକ୍ସପ୍ରେସ୍‌ ରେଳଭଡ଼ା ଆଦାୟ କରାଯିବ ବୋଲି ଜଣାପଡିଛି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ପୂର୍ବୋତ୍ତର ରେଳ ପାସେଞ୍ଜର ସେବା ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହାର ସଫଳତା ତର୍ଜମା କରାଯିବା ପରେ ଦେଶର ଅନ୍ୟ ରେଳବାଇ ମଧ୍ୟ ପାସେଞ୍ଜର ରେଳ ସେବା ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ପାସେଞ୍ଜର ରେଳ ସେବାରେ ମଧ୍ୟ କୋଭିଡ-୧୯ କଟକଣା ସମ୍ପୂର୍ଣ୍ଣ ପାଳନ କରାଯିବ ବୋଲି ପୂର୍ବୋତ୍ତର ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପଙ୍କଜ କୁମାର ସିଂହ କହିଛନ୍ତି। ପୂର୍ବୋତ୍ତର ରେଳ ପ୍ରଶାସନ ୩୨ଟି ପାସେଞ୍ଜର, ଡିଏମୟୁ ଓ ମେମୁ ଟ୍ରେନ ଚଳାଇବାକୁ ପ୍ରସ୍ତାବ ଦେଇଥିଲା।

ଏଥିରେ ଗୋରଖପୁର-ଗୋଣ୍ଡା, ଗୋରଖପୁର-ନୈତନୱା, ଗୋରଖପୁର-ବାରାବାଙ୍କୀ, ସୀତାପୁର-ମୈଲାନୀ, ଗୋରଖପୁର-ଶିବାନ ଓ ଗୋରଖପୁର-ଛପ୍ରା ପାସେଞ୍ଜର ଚଳାଇବାକୁ ନିବେଦନ କରାଯାଇଥିଲା। ଏହି ସବୁ ପାସେଞ୍ଜର ରେଳ ସେବା ୨୩ ମାର୍ଚ୍ଚ ୨୦୨୦ରୁ ବାତିଲ ହୋଇଥିଲା। ତେବେ ଆଶା କରାଯାଉଛି ୧ ମାର୍ଚ୍ଚରୁ ପୁଣି ସେବା ଆରମ୍ଭ ହୋଇପାରେ।  

   Related Posts