ଦୀର୍ଘ ୧୧ ଘଣ୍ଟା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ହଜାର ହଜାର ପୋଲିସ କର୍ମୀ

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ୫/୧୧: ନ୍ୟାୟ ଦାବିରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ହଜାର ହଜାର ବିକ୍ଷୋଭକାରୀ ପୁଲିସ୍‌ ଏବଂ ସେମାନଙ୍କ ପରିବାର ଲୋକେ ଶେଷରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ବରିଷ୍ଠ ପୁଲିସ୍‌ ଅଧିକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସ୍ୱତନ୍ତ୍ର ପୁଲିସ୍‌ କମିଶନର ସୀଶ ଗୋଲଚା କହିଥିଲେ, ଆନ୍ଦୋଳନ ବନ୍ଦ କରି କାମକୁ ଫେରନ୍ତୁ। ତିସ୍‌ ହଜାରୀ କୋର୍ଟଠାରେ ଓକିଲ ଏବଂ ପୁଲିସ୍‌ ମଧ୍ୟରେ ଛୋଟ ଘଟଣାକୁ ନେଇ କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଜାରି କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପିଟିସନ୍‌ ଦାୟର କରାଯିବ। ଗୋଲଚା କହିଛନ୍ତି ଯେ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ବାବଦକୁ ଦିଆଯିବ।

ପାର୍କିଂକୁ ନେଇ ଝଗଡ଼ା ହେବା ପରେ କାର୍ଯ୍ୟରତ ପୁଲିସ୍‌ ଏବଂ ଓକିଲଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏଥିରେ ୨୦ ଜଣ ପୁଲିସ୍‌ ଏବଂ ବହୁ ସଂଖ୍ୟାର ଓକିଲ ଆହତ ହୋଇଥିଲେ। ଏହି ଘଟଣାରେ ଦିଲ୍ଲୀ ପୁଲିସ୍‌ ସହ ତାଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ। ଏପରିକି ଓଡ଼ିଶା ସମେତ ହରିଆଣା, ପଞ୍ଜାବ ଏବଂ ବିହାର ପୁଲିସ୍‌ ଆସୋସିଏସନ୍‌ରୁ ଏହି ଆନ୍ଦୋଳନକାରୀ ପୁଲିସ୍‌ଙ୍କ ପାଇଁ ସମର୍ଥନ ଜୁଟାଇଥିଲେ। ଆଜି ଦିଲ୍ଲୀ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ଯେ, ଆନ୍ଦୋଳନକାରୀଙ୍କ ଦାବି ପୂରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.