୧୦୦ବର୍ଷ ହେଲା ଏହି ଗାଁରେ କେହି ପାସ କରିନଥିଲେ ମାଟ୍ରିକ: ସିଦ୍ଧାନ୍ତ କଲେ ରେକର୍ଡ ବ୍ରେକ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 31, 2019 IST

ଅନୁଗୁଳ୩୧|୮: ଏଥର ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ବିଗତ ୧୦୦ବର୍ଷ ହେବ କେହି ମେଟ୍ରିକ ପାସ କରିନାହାନ୍ତି। ପ୍ରଥମକରି ଜଣେ ବାଳକ ମେଟ୍ରିକ ପାସ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଯାହାଙ୍କ ସଫଳତାରେ ପରିବାର ଖୁସି, ଗାଁ ଖୁସି। ଆମେ କହୁଛୁ ଶିଳ୍ପ ସମୃଦ୍ଧ ଅନଗୁଳ ଜିଲ୍ଲାର କଥା। କେଉଁଠି? ଆଉ କେମିତି ମିଳିଛି ସଫଳତା? ଦେଖିବା ଏଇ ରିପୋର୍ଟ।

{"id":151320}

ବଣ ଜଙ୍ଗଲ ଘେରା ଛୋଟିଆ ଆଦିବାସୀ ଗାଁ ପବଲା। ଅନଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ଅଧୀନରେ ରହିଛି ଏହି ଗାଁ। ୩୦ଘର ବିଶିଷ୍ଟ ଗାଁ। ଏବେ ଏହି ଗାଁରେ ଖୁସିର ଲହରୀ। କାରଣ ସେହି ଗାଁରେ ପ୍ରଥମ କରି ଜଣେ ବାଳକ ମେଟ୍ରିକ ପାସ କରିଛି।

{"id":151321}

ଗାଁରେ ସ୍କୁଲ ନାହିଁ, ପିଲା ସବୁ ଏଣେତେଣେ ବୁଲୁଛନ୍ତି, ମୂଲ ଲାଗୁଛନ୍ତି। କିନ୍ତୁ ସେହି ଗାଁର ପୁଅ ସିନ୍ଧାନ୍ତ ପ୍ରଧାନ ନିଜର ଦୃଢ଼ ଇଛାଶକ୍ତି, ପାଠ ପଢ଼ିବାର ଆଗ୍ରହ ଲାଗି ଏହି ସଫଳତା ହାସଲ କରିଛି। ବାପା ଦିଗାମ୍ବର ପ୍ରଧାନ ଓ ମା ଜେମାଦେଇ ପ୍ରଧାନଙ୍କ ପୁଅ ହେଉଛନ୍ତି ସିଦ୍ଧାନ୍ତ ।

{"id":151322}

ପ୍ରତିଦିନ ସକାଳ ୭ଟାରୁ ଘରୁ ବାହାରି ୫କିଲୋମିଟର ସାଇକେଲରେ ଗଲାପରେ, କରତପଟାରୁ ପ୍ରାଇଭେଟ ଟ୍ୟାକ୍ସିରେ ୨୭ କିଲୋମିଟର ଦୂର ଅନୁଗୁଳ ହାଇସ୍କୁଲକୁ ଯାଇ ପାଠପଢିବା କିଛି କମକଥା ନୁହେଁ। ବାପା ମୂଲ ମଜୁରୀ କରି ପାଠ ପଢ଼ାଇବା ମଧ୍ୟ ଥିଲା କଷ୍ଟସାଧ୍ୟ। ଏପଟେ ଟ୍ୟୁସନ କରିବା ମଧ୍ୟ ସୁଯୋଗ ନାହିଁ । ତା ସତ୍ବେ ଦୃଢ଼ ଇଛାଶକ୍ତି ଆଗରେ ସିନ୍ଧାନ୍ତ ମେଟ୍ରିକ ପାସ କରି ଗାଁର ଅନ୍ୟ ଛୋଟ ପିଲାଙ୍କ ପାଇଁ ଉଦାହରଣ ପଲଟିଛନ୍ତି।

{"id":151323}

ସିଦ୍ଧାନ୍ତ ଏବେ କଲେଜ ମୁହାଁ। କିନ୍ତୁ ତାଙ୍କ ପଢିବା ପାଇଁ ଅର୍ଥର ଅଭାବ ରହିଛି। ଗାଁ ଲୋକ ତାଙ୍କ ପାଖରୁ କିଛି ଆଶା ରଖିଛନ୍ତି। ଗାଁର ବିକାଶ ପାଇଁ କିଛି କରିବେ ବୋଲି ସମସ୍ତଙ୍କର ଇଛା। ବାପା ମଧ୍ୟ ସ୍ଵପ୍ନ ଦେଖିଛନ୍ତି ପୁଅ ଚାକିରୀ କରିବ। ଘରର ଦୁଃଖ ଯିବ। ଝାଟି ମାଟିର ଘରରେ ଉନ୍ନତି ହେବ।

{"id":151324}

ସିଦ୍ଧାନ୍ତଙ୍କ ମଧ୍ୟ ସ୍ୱପ୍ନ ଗାଁରେ ସ୍କୁଲ ଖୋଲୁ। ଆଉ ସମସ୍ତେ ପଢନ୍ତୁ। ସମସ୍ତେ ପଢିଲେ ଗାଁର ବିକାଶ ହେବ, ଦେଶର ବିକାଶ ହେବ। ଆମର ମଧ୍ୟ ସିଦ୍ଧାନ୍ତର ସଫଳତା ପାଇଁ ଶୁଭକାମନା ରହିଲା।

{"id":151325}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.