Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ବିବାହର ୧୦ ଦିନ ପରେ ବର କରୋନା ପଜିଟିଭ୍, କିନ୍ତୁ ଚିନ୍ତାରେ ଥାନା ଅଧିକାରୀ

12/07/2020 at 3:45 PM

ଯୋଧପୁର ୧୨।୦୭: ରାଜସ୍ଥାନର ଯୋଧପୁରରେ ଜଣେ ଯୁବକ ବିବାହର ୧୦ ଦିନ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ଯୁବକଙ୍କ ଘର, ପରିବାର ସଦସ୍ୟ ଏବଂ କଲୋନୀବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆଉ ଏକ ଚକିତ କର କଥା, ଏହି ଯୁବକଙ୍କୁ କିଛି ଦିନ ପୂର୍ବେ ପୋଲିସ୍ ଏକ ମାରପିଟ୍ କେସ୍‌ରେ ଗିରଫ କରିଥିଲା। ଫଳରେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି।

ପୋଲିସଠୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଯୋଧପୁରର ବେଲଓ୍ଵା ଖନ୍ତ୍ରିଆ ଗାଁର ବାସିନ୍ଦା। ତାଙ୍କ ବିବାହ ୧୦ ଦିନ ପୂର୍ବେ ଜୁନ ୨୯ରେ ହୋଇଥିଲା। ପୋଲିସ୍ ତାଙ୍କୁ ପରିବାରର ଜଣେ ସଦସ୍ୟଙ୍କ ସହ ମାରପିଟ୍ କେସ୍‌ରେ ଗୁରୁବାର ଜୁଲାଇ ୯ରେ ଗିରଫ କରିଥିଲା।

ପୋଲିସ୍‌ ଅନୁଯାୟୀ ଗିରଫ ପରେ ଯୁବକଙ୍କ କରୋନା ଯାଞ୍ଚ ପାଇଁ  ବାଲେସର ସିଏଚସିରେ ସ୍ଵାବ ନିଆଯାଇଥିଲା। ଏହା ପରେ ନମୁନା ଯୋଧପୁର ପଠାଯାଇଥିଲା। ଶନିବାର ଆସିଥିବା ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ପୋଲିସ୍ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରିବର୍ତ୍ତେ ମହାତ୍ମା ଗାନ୍ଧୀ ହସ୍ପିଟାଲର କୋଭିଡ୍ ଓ୍ଵାର୍ଡରେ ଭର୍ତ୍ତି କରାଇଛି।

ଥାନା ଅଧିକାରୀ ଦୀପ ସିଂହ ଭାଟି କହିଛନ୍ତି, ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ପୋଲିସ୍ କର୍ମଚାରୀଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଛି। ଏହି ପୋଲିସ୍‌ କର୍ମଚାରୀଙ୍କ ଜାଗାରେ କାମ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ଏବଂ ଚିକିତ୍ସା ବିଭାଗ ଟିମ୍‌ ଯୁବକଙ୍କ କରୋନା ପଜିଟିଭ୍ ଖବର ମିଳିବା ପରେ ବେଲଓ୍ଵା ଖନ୍ତ୍ରିଆ ଗାଁର ବ୍ରାହ୍ମଣର ଵସ୍ତିକୁ ସିଲ୍ କରିଛି।

   Related Posts