ଆନ୍ଧ୍ର-ଓଡିଶା ସୀମା ବିବାଦ ପ୍ରସଙ୍ଗ : ୧୦ଦିନ ପରେ ସମ୍ବାଇର ସୁନାବେଡା ରାସ୍ତାରୁ ହଟିଲା ଅବରୋଧ

Published By : Prameya-News7 Bureau | November 19, 2020 IST

ଜୟପୁର ୧୯।୧୧: ୧୦ଦିନ ପରେ ଓଡିଶା ସୀମାନ୍ତ ସମ୍ବାଇର ସୁନାବେଡା ରାସ୍ତାରୁ ହଟିଲା ରାସ୍ତା ଅବରୋଧ । ଉଭୟ ରାଜ୍ୟର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ସୀମା ନିର୍ଦ୍ଧାରଣ ନେଇ ଆନ୍ଧ୍ର ଅଧିକାରୀମାନେ ଓଡିଶା ଅଧିକାରୀଙ୍କଠାରୁ ସୀମା ନେଇ ପ୍ରମାଣ ମାଗିବା ସହ ଗୁଗଲ୍ ମ୍ୟାପ୍ କୁ ପ୍ରମାଣ ବୋଲି କହିଥିଲେ ।

କିନ୍ତୁ କୋରାପୁଟ ତରଫରୁ ଉପସ୍ଥିତ ଥିବା ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସଙ୍କ ସମେତ ଭାରପ୍ରାପ୍ତ ତହସିଲଦାର, ରେଭେନ୍ୟୁ ସୁପର୍ ଭାଇଜର୍ ପ୍ରମୁଖ ୧୯୬୫ ମସିହାର ରେଭେନ୍ୟୁ ମ୍ୟାପ୍ ଦେଖାଇଥିଲେ । ହେଲେ ଆନ୍ଧ୍ର ଅଧିକାରୀ ଏହାକୁ ମାନିନଥିଲେ ।

ସେପଟେ ମିଳିତ ସର୍ଭେ ପାଇଁ କୋରାପୁଟ ଜିଲ୍ଲାପାଳ ବିଶାଖାପାଟଣା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା କହିବା ପରେ, ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟାଇବାକୁ ରାଜି ହୋଇଥିଲେ ଆନ୍ଧ୍ରର ଲୋକ । ରାସ୍ତା ଅବରୋଧ ହଟିଥିଲେ ବି ସୀମା ବିବାଦ କିନ୍ତୁ ସମାଧାନ ହୋଇନି । ଉଭୟ ରାଜ୍ୟର ଅଧିକାରୀମାନେ କେବେ ମିଳିତ ବୈଠକରେ ଏକାଠି ହୋଇ ଏହି ସୀମା ବିବାଦର ସମାଧାନ କରୁଛନ୍ତି, ତାକୁ ହିଁ ଅପେକ୍ଷା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.