ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହର ମୃତ୍ୟୁ

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର ୨୯/୮:ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ସାଢେ ୭ଟାରେ ସିଂହର ମୃତ୍ୟୁ ହୋଇଛି । ମୃତ ସିଂହର ବୟସ ୮ ବର୍ଷ । ଗତକାଲିଠାରୁ ସିଂହଟି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା । ପୂର୍ବରୁ ଚଳିତ ମାସ ୧୦ ତାରିଖରେ ଏହି ପ୍ରଜାତିର ୮ ବର୍ଷିୟ ସିଂହର ମୃତ୍ୟୁ ହୋଇଥିଲା । ୨୦୧୫ରେ ଇସ୍ରାଏଲରୁ ଆଫ୍ରିକିୟ ପ୍ରଜାତିର ୨ଟି ସିଂହ ଓ ୨ଟି ସିଂହି ଅଣାଯାଇଥିଲା । ଏମାନଙ୍କପ ଖୁଆଡ ନମ୍ବର ୨୯ର କ ଏବଂ ଖ ରେ ରଖାଯାଇଥିଲା । ୨ଟି ସିଂହର ମୃତ୍ୟୁ ପରେ ଏବେ ନନ୍ଦନକାନରରେ ଅଛନ୍ତି ୨ଟି ସିଂହି । ଏମାନଙ୍କ ଛଡା ନନ୍ଦନକାନନରେ ଏସିଆନ୍ ପ୍ରଜାତିର ୫ଟି ସିଂହ ଏବଂ ୫ଟି ସିହିଂ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.