ଶୁଆର ଅଦ୍ଭୁତ କାରନାମା ଦେଖି ଦମକଳବାହିନୀ ହେଲେ ଆଚମ୍ବିତ : ଜାଣିବା ପାଇଁ ପୂରା ପଢ଼ନ୍ତୁ

Published By : Prameya-News7 Bureau | November 25, 2018 IST

ଲଣ୍ଡନ ୨୫/୧୧: ବ୍ରିଟେନର ଡେବେଣ୍ଟରୀରେ ରହୁଥିବା ଷ୍ଟୀଭ ଡାକର୍ଟି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଦେଖିଲେ ଯେ ତାଙ୍କ ଘରେ ଦମକଳବାହିନୀର ପୂରା ଟିମ୍ ଆସି ପହଞ୍ଚିଥିଲେ। ଏହି ଟିମ୍ କହିଥିଲେ ଯେ ତାଙ୍କ ଘରୁ ସ୍ମୋକ୍ ଆଲାର୍ମ ଅର୍ଥାତ୍ ନିଆଁ ଲାଗିବାର ସଙ୍କେତ ଶୁଣାଯାଇଥିବାରୁ ସେମାନେ ତତକ୍ଷଣାତ୍ ଆସି ପହଞ୍ଚିଥିଲେ। କିନ୍ତୁ ଷ୍ଟୀଭଙ୍କ କହିବାନୁସାରେ ତାଙ୍କ ଘରେ ନିଆଁ ଲାଗିନଥିଲା। ଏହା ପରେ ସେ ଜାଣି ପାରିଲେ ଯେ ଏବେବି ତାଙ୍କ ଘରୁ ସ୍ମୋକ୍ ଆଲାର୍ମର ଶବ୍ଦ ଶୁଣାଯାଉଛି। ଏଥିରେ ଭୟଭୀତ ହୋଇ ସେ ଅଗ୍ନିଶମବାହିନୀଙ୍କ ସହ ଭିତରେ ଆସି ଯାହା ଦେଖିଥିଲେ ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଥିଲା। କାରଣ ତାଙ୍କ ପୋଷା ଶୁଆ ଅବିକଳ ଆାଲାର୍ମ ପରି ଶବ୍ଦ କରୁଥିଲା। ଏହି ଶବ୍ଦ ଶୁଣି ଦମକଳବାହିନୀ ଦୈାଡ଼ି ଆସି ତାଙ୍କ ଘରେ ହାଜିର ହୋଇଥିଲେ। ଷ୍ଟିଭ ପରେ କହିଥିଲେ ଯେ ତାଙ୍କର ଏହି ଆଫ୍ରିକାନ୍ ଗ୍ରେ ଶୁଆଟି ଆହୁରି ଅନେକ ପ୍ରକାର ଶବ୍ଦ ସୃଷ୍ଟି କରିଥାଏ । ଏହି ଶୁଆର କାରନାମାରେ ଦମକଳବାହିନୀ ସହ ତା’ର ମାଲିକ ମଧ୍ୟ ବୋକା ବନିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.