ବିସ୍ତାରବାଦୀ ଚୀନକୁ ଝଟ୍‌କା: ଆଫ୍ରିକାର ଅନେକ ଦେଶ କ୍ୟାନସଲ୍‌ କଲେ ଡିଲ୍‌, ନିମ୍ନମାନର କାର୍ଯ୍ୟ ଏବଂ ଶୋଷଣ ପ୍ରବୃତ୍ତି ନେଇ ଅଭିଯୋଗ

Published By : Prameya-News7 Bureau | September 23, 2021 IST

ପେଇଚିଙ୍ଗ ୨୩/୦୯: ଋଣ ଜାଲରେ ଫସାଇ ଗୋଲାମ କରିବାର ଚୀନ ନୀତି ଉପରେ ଜୋରଦାର ପ୍ରହାର କରିଛି ଆଫ୍ରିକା। ଆଉ ଚଳିବନି ଚୀନର ‘ଗୁଲାମ’ ଫର୍ମୁଲା। ଆଫ୍ରିକାର ଅନେକ ଦେଶ ଏବେ ଚୀନର ପ୍ରକଳ୍ପକୁ ପ୍ରତ୍ୟାଖାନ କରିଥିବା ବେଳେ ଅନ୍ୟ କିଛି ଦେଶ ଏହା ଉପରେ ବିଚାର କରୁଛନ୍ତି। ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ମାଧ୍ୟମରେ ଋଣ ଦେଇ ଦେଶଗୁଡ଼ିକୁ ନିଜ କବ୍‌ଜାରେ ରଖିବାକୁ ଚେଷ୍ଟା କରିଆସିଥିବା ଚୀନକୁ ଆଫ୍ରିକା ଝଟକା ଦେଇଛି। ଏହା ଦ୍ବାରା ଚୀନ ଏବେ ଆଫ୍ରିକାର କୌଣସି ଖଣିଜ ଦ୍ରବ୍ୟ ଲୁଟ୍‌ କରିପାରିବ ନାହିଁ କି ସେଠାକାର ଲୋକମାନଙ୍କୁ ମାଗଣାରେ ଖଟାଇପାରିବ ନାହିଁ।

ବୁଝାମଣା ଜରିଆରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା ଚୀନ୍‌, ସେଥିରେ ବ୍ୟାପକ ତ୍ରୁଟି ଥିବାରୁ ଦେଶଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଏପରିକି ଶାସକ ଦଳର ସରକାରଙ୍କୁ ବିରୋଧୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ବୁଝମଣାରେ ଯେଉଁ ସବୁ ନିୟମ ଉପରେ ଆଲୋଚନା ହୋଇଥିଲା ତାହାକୁ ମଧ୍ୟ ମାନୁନାହିଁ ଚୀନ । ତେଣୁ ଆଫ୍ରିକାର ଅନେକ ଦେଶ ଏବେ ଚୁକ୍ତି ରଦ୍ଦ କରିବାକୁ ବିଚାର କରୁଥିବା ନେଇ ସିଙ୍ଗାପୋର ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

{"id":516559,"width":761,"height":381,"sizeSlug":"full","linkDestination":"none"}

ଆଫ୍ରିକାର ଦେଶ ଘାନା ନିକଟରେ ବେଜିଂର ଟ୍ରାଫିକ ଆଣ୍ଡ ଲାଇଟିଂ ଟେକ୍‌ କମ୍ପାନୀ ସହ କଣ୍ଟ୍ରାକ୍ଟ ରଦ୍ଦ କରିଛି। ଚୀନ କମ୍ପାନୀର କାର୍ଯ୍ୟ ସରକାରଙ୍କୁ ପସନ୍ଦ ନଆସିବାରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଡିଲ୍‌କୁ ଏକାଥରକେ କ୍ୟାନସଲ୍‌ କରିଦିଆଯାଇଛି।  ଏହାର କିଛି ଦିନ ପୂର୍ବରୁ ଡେମୋକ୍ରେଟିକ୍‌ ରିପବ୍ଲିକ୍‌ ଅଫ କଙ୍ଗୋ (ଡିଆରସି) ଚୀନ ସହ କରିଥିବା ୪୪ ହଜାର କୋଟି ଟଙ୍କାର ଚୁକ୍ତିକୁ ପୁଣି ଥରେ ସମୀକ୍ଷା କରିବ ବୋଲି ଘୋଷଣା କରିଥିଲା। କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସଙ୍କ ଅନୁସାରେ, ଦେଶର ବିକାଶ ପାଇଁ ଉଚିତ ଚୁକ୍ତି ହେବା ଦରକାର।  ଯେଉଁ ଦେଶ ସହ ଚୁକ୍ତି ହେଲା ସେଠାକାର (ଚୀନ) ଲୋକେ ଧନୀ ହେଉଛନ୍ତି କିନ୍ତୁ କଙ୍ଗୋରେ କୌଣସି ପ୍ରକାର ବିକାଶ ହେଉନାହିଁ। ୨୦୦୮ରେ ତତ୍କାଳୀନ ରାଷ୍ଟ୍ରପତି ଚୀନର ସିନୋହାଇଡ୍ରୋ ଏବଂ ଚାଇନା ରେଲଓ୍ବେ ଗ୍ରୁପ୍‌ ସହ ଚୁକ୍ତି କରିଥିଲେ।  

ଗତବର୍ଷ ଜୁଲାଇରେ କେନିଆ ଚୀନ ସହ ୩.୨ ବିଲିୟନ୍‌ ଡଲାରର ବିକାଶ ଚୁକ୍ତିକୁ ରଦ୍ଦ କରିଥିଲା। ସଠିକ ଢ଼ଙ୍ଗରେ କାମ ନକରି କେବଳ ଶୋଷଣ ପାଇଁ ଚୀନ କମ୍ପାନୀ କାର୍ଯ୍ୟ କରିଥିବା କେନିଆର କୋର୍ଟ କହିବା ସହ ତୁରନ୍ତ ଡିଲ୍‌ କ୍ୟାନସଲ କରିବାକୁ ଆଦେଶ ଦେଇଥିଲେ। ଅନ୍ୟପଟେ ୨୦୨୦ରେ ବିଶ୍ବ କରୋନା ମହାମାରୀ ଯୋଗୁଁ ଅଣନିଶ୍ବାସୀ ହୋଇପଡ଼ିଥିବା ବେଳେ ଚୀନ ଆଫ୍ରିକାରେ ୩୩ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ନିବେଶ କରିଥିଲା ବୋଲି ଜଣାପଡ଼ିଛି ।

{"id":516560,"width":789,"height":443,"sizeSlug":"full","linkDestination":"none"}

ତେବେ ତେଲ, ଗ୍ୟାସ୍‌, ଖଣିଜ ପଦାର୍ଥ ଭରପୁର ଥିବା ଆଫ୍ରିକାରେ ନିବେଶ କରି ଚୀନ କେଉଁଭଳି ଭାବେ ନିଜର ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି ତାହା ଏଥିରୁ ଜଣାପଡ଼ିଯାଉଛି। ମିଳିଥିବା ସୂଚନା ଅନୁସାରେ, ଚୀନ ସବୁଠୁ ଅଧିକ ନିବେଶ ନାଇଜେରିଆରେ କରିଛି। ପାଇପଲାଇନ୍‌ ପ୍ରୋଜେକ୍ଟ ନାଁରେ ନାଇଜେରିଆରେ ୩.୧ ବିଲିୟନ୍ ଡଲାର ନିବେଶ କରିଛି ଚୀନ। କିନ୍ତୁ ୨୦୧୯ ତୁଳନାରେ ୨୦୨୦ରେ  ନିବେଶ ହାର କମାଇଛି ଚୀନ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.