Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପ୍ରବାସୀଙ୍କୁ ଘାରିଛି ଲକଡାଉନ୍ ଚିନ୍ତା: ମୁମ୍ବାଇରୁ ନିଜ ଭିଟାମାଟିକୁ ଫେରି ଯାଉଛନ୍ତି ଲୋକେ

5/04/2021 at 1:31 PM

ମୁମ୍ବାଇ ୦୫/୦୪ : ଗତ ବର୍ଷ କରୋନା ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ପରେ ପୁଣିଥରେ ଯେଉଁଭଳି ଭାବେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି ତାକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକଙ୍କୁ ପୁଣି ଲକଡାଉନ ଭୟ ଖାଉଛି। ପ୍ରବାସୀ ଶ୍ରମିକ ଜୀବନ ଜୀବିକା ପୁଣି ଆରମ୍ଭ କରିବାକୁ ଅନ୍ୟ ସହରମାନଙ୍କୁ ଯାଇଥିଲେ ସେମାନେ ପୁଣି ନିଜ ଭିଟାମାଟିକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ପ୍ରବାସୀଙ୍କ ମନରେ ଗୋଟିଏ ଭୟ ଯେ ଗତଥର ଭଳି ଯଦି ଏଥର ବି ଅଚାନକ ଲକଡାଉନ ଲାଗୁ କରାଯାଏ ତାହେଲେ ସେମାନେ କଣ କରିବେ।

ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ରାତିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ଯାହାକୁ ନେଇ ଚିନ୍ତାରେ ୩୦ ଲକ୍ଷ ପ୍ରବାସୀ। ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। କାରଣ ଫେବୃଆରୀରୁ ଏବେ ସୁଦ୍ଧା ନୂଆ ସଂକ୍ରମିତଙ୍କ ସଂଖ୍ୟା ୪୦୦ ପ୍ରତିଶତ ବୃଦ୍ଧି ପାଇଛି। ଆଗାମୀ ଶୁକ୍ରବାର ଯାଏଁ ମହାରାଷ୍ଟ୍ରରେ କରୋନା ନିୟମ ଆହୁରି କଡାକଡି କରାଯାଇପାରେ ବୋଲି ଆଶଙ୍କା କରାଯାଉଛି।

ରିପୋର୍ଟରେ କୁହାଯାଉଛି ଯେ, ଭାରତର ୧୦ କୋଟିର ଅଧିକ ପ୍ରବାସୀ ଭିନ୍ନ ଭିନ୍ନ ସହରରେ ରୁହନ୍ତି ଓ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷନ୍ତି। ଏହି ପ୍ରବାସୀ ଶ୍ରମିକ ଅସୁସ୍ଥ ହେଲେ କିମ୍ବା କୌଣସି କାରଣରୁ କାମକୁ ଯାଇନପାରିଲେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ଏପରିକି ଏହି ଭୟାବହ ମହାମାରୀ ସମୟରେ ମଧ୍ୟ ଏହି ଶ୍ରମିକଙ୍କୁ କିଛି କ୍ଷତିପୂରଣ ଦିଆଯାଇନଥିଲା।

ଗତ ବର୍ଷ ଲାଗୁ ହୋଇଥିବା ଦୁଇ ମାସ ଲକଡାଉନ୍ ଯୋଗୁଁ ୪୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ରାସ୍ତାକଡ଼ରେ ଲାଗୁଥିବା ଛୋଟ ଛୋଟ ଦୋକାନ ଓ ଷ୍ଟଲ୍ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। କାରଖାନା ବନ୍ଦ ହୋଇଗଲା। ନିର୍ମାଣ ସ୍ଥାନରେ କାମ ବନ୍ଦ କରିଦିଆଗଲା। ଯାହାଫଳରେ ପ୍ରବାସୀ ଶ୍ରମିକ ସର୍ବାଧିକ ପ୍ରଭାବିତ ହୋଇଥିଲେ।

ସୂତ୍ର ଅନୁଯାୟୀ, ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସବୁଠାରୁ ଅଧିକ ବିହାର ଓ ଉତ୍ତର ପ୍ରଦେଶର ଅଛନ୍ତି। ମୁମ୍ବାଇରେ ରହୁଥିବା ପ୍ରବାସୀ ରବିବାର ରାତିରୁ କର୍ଫ୍ୟୁ ଲାଗୁ ହେବା ଘୋଷଣା ପରେ ପୁଣି ନିଜ ନିଜ ଘରକୁ ଫେରି ଯାଉଛନ୍ତି। ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଯିବା ପାଇଁ ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ ଲାଗିଛି।

   Related Posts