Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ରପ୍ତାନୀ ଶୂନ, ଆମଦାନୀ ଜାରି: ୧୫ ଦିନରେ ଥରେ ଆସୁଛି ଗୋଟିଏ ଜାହାଜ, ଭୁଶୁଡ଼ି ପଡ଼ିଛି ଆଫଗାନିସ୍ତାନର ଅର୍ଥନୀତି

6/11/2021 at 6:34 PM

କାବୁଲ  ୦୬/୧୧:  ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଖାଦ୍ୟ ସାମଗ୍ରୀ ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଏବେ ଆଫଗାନିସ୍ତାନ କୋଣଠେସା ହୋଇ ରହିଥିବା କହିଲେ କିଛି ଭୁଲ ହେବ ନାହିଁ। ଏବେ ଏବେ ମିଳିଥିବା ତାଜା ରିପୋର୍ଟ ଅନୁସାରେ, ଆଫଗାନିସ୍ତାରେ ରପ୍ତାନୀ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଥିବା ବେଳେ ଆମଦାନୀ ଜାରି ରହିଛି । ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ଇରାନର ଚାବହାର ପୋର୍ଟ ଜରିଆରେ ଆଫଗାନିସ୍ତାନର ରପ୍ତାନୀ ପାଖାପାଖି ୩ ମାସ ହେଲା ବନ୍ଦ ହୋଇ ରହିଛି। ଏନେଇ ଆଫଗାନିସ୍ତାନର ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇନଭେଷ୍ଟମେଣ୍ଟ (ଏସିସିଆଇ)ର ଅଧିକାରୀ ସୂଚନା ଦେଇଛନ୍ତି।

ଟୋଲୋ ନ୍ୟୁଜରେ ପ୍ରକାଶିତ ଖବର ମୁତାବିକ, ଦେଶରେ ଏକ୍ସପୋର୍ଟ ଧିମା ପଡ଼ିବା ପଛରେ ବିଭିନ୍ନ ରାଜନୈତିକ ସମସ୍ୟା ହିଁ ମୁଖ୍ୟ କାରଣ ବୋଲି ଅର୍ଥନୀତିଜ୍ଞ  କହିଛନ୍ତି। ଅନ୍ୟପଟେ ଅର୍ଥନୀତି ବିଶେଷଜ୍ଞ ସୟଦ  ମସୁଦଙ୍କ ମତରେ, ଚାବହାର ପୋର୍ଟ ଦେଇ ଏକ୍ସପୋର୍ଟ ହେଉନି ଅର୍ଥ ନୁହେଁ ଯେ ଅନ୍ୟ କୌଣସି ପଥରେ ରପ୍ତାନୀ ହୋଇପାରିବ ନାହିଁ । ଏବେ ଦେଶ ପାଖରେ ରପ୍ତାନୀ ପାଇଁ କିଛି ନାହିଁ । ଆଫଗାନିସ୍ତାନ ସମ୍ପୂର୍ଣ୍ଣ ଆମଦାନୀ ଉପରେ ନିର୍ଭର କରୁଛି।

ଏହା ବ୍ୟତୀତ କେବଳ ୫ ପ୍ରତିଶତ ବ୍ୟବସାୟୀ ନିଜର ସାମଗ୍ରୀ ରପ୍ତାନୀ କରିପାରୁଥିବା ବେଳେ ସିଧାସଳଖ ବ୍ୟାଙ୍କ  ଆକାଉଣ୍ଟରେ ଟଙ୍କା ପ୍ରାପ୍ତ କରୁଛନ୍ତି। ଏସିସିଆଇ ରିପୋର୍ଟ ଅନୁସାରେ, ଚାବହାର ପୋର୍ଟ ଦେଇ ପ୍ରତି ୧୫ ଦିନରେ ଖାଦ୍ୟ ସାମଗ୍ରୀ ସହ ଏକ ବଡ଼ ଜାହାଜ ଆଫଗାନିସ୍ତାନରେ ପହଞ୍ଚୁଛି କିନ୍ତୁ ରପ୍ତାନୀ ଠପ୍‌ ହୋଇପଡ଼ିଛି ।  

   Related Posts