ଭାରତ ସପକ୍ଷରେ ଆଫଗାନିସ୍ତାନ ଯୁବକଙ୍କ ବୟାନ : ପାକିସ୍ତାନକୁ କଲେ ଥଟ୍ଟା, ଭିଡିଓ ଭାଇରାଲ

Published By : Prameya-News7 Bureau | February 22, 2019 IST

ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀ ହମଲାର ୫ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ ଯେ, ଯଦି ଭାରତ ଆକ୍ରମଣ କରେ ତାହେଲେ ପାକିସ୍ତାନ ମଧ୍ୟ ଚୁପ ରହିବ ନାହିଁ | ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଏହି ବିଲୁଆ ଧମକକୁ ଆଫଗାନିସ୍ତାନବାସୀ ଥଟ୍ଟା ପରିହାସ କରିଥିଲେ | ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଏକ ଭିଡିଓରେ ଆଫଗାନିସ୍ତାନର ଜଣେ ଯୁବକ ହସି ହସି ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଥଟ୍ଟା କରିଥିଲେ |


ଯୁବକ ଜଣକ ଭିଡିଓରେ ହସି ହସି ପାକିସ୍ତାନକୁ ଦର୍ପଣ ଦେଖାଇଛି | ଆଫଗାନିସ୍ତାନର ଏହି ଯୁବକ କହିଥିଲେ ଯେ, " ତୁମେ କେବେ ହେଲେ ନିଜ ତୁଳନା ଭାରତ ସହିତ କରିବନି | ଭାରତ କୋଉଠି ଆଉ ତୁମେମାନେ କୋଉଠି | ଭାରତ ପ୍ରତିବର୍ଷ ୧୦ ହଜାର ଇଂଜିନିୟର ଏବଂ ୬ ଡାକ୍ତର ତିଆରି କରୁଛି | ପାକିସ୍ତାନରେ କଣ ତିଆରି ହେଉଛି ? ପାକିସ୍ତାନରେ ୧୫ ହଜାର ଆତ୍ମଘାତୀ ଆତଙ୍କବାଦୀ | ଏମାନଙ୍କୁ ଆଫଗାନିସ୍ତାନକୁ ପଠେଇଦିଅ | ଆପଣଙ୍କ ପାଖରେ ନା ବୁଦ୍ଧି ଅଛି ନା ଇସ୍ଲାମ ଧର୍ମ ଅଛି | ପାକିସ୍ତାନ ଏକ ଆତଙ୍କବାଦୀ ଦେଶ | ଏହି ଦେଶର ୱଜିର-ଏ-ଏହମଦଙ୍କୁ ମଧ୍ୟ ଏୟାରପୋର୍ଟରେ ଚେକିଂ ହୋଇଥାଏ |"

wp:html
/wp:html


ଆଫଗାନିସ୍ତାନର ଏହି ଯୁବକ କହିଛନ୍ତି ଯେ, ଆତଙ୍କବାଦରେ ବର୍ବାଦ କରୁଥିବା ଟଙ୍କାକୁ ନିଜ ଦେଶର ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କର | ଏମିତି କଲେ ପାକିସ୍ତାନ ଏକ ଭଲ ଦେଶର ପରିଚୟ ପାଇବ | କିନ୍ତୁ ପାକିସ୍ତାନ ଏଭଳି କରିପାରିବ ନାହିଁ | କାରଣ ଆପଣ ତ ସୈତାନ | ସୈତାନର ଦିମାଗରେ ଭଲ କାମ କଥା କୁଆଡୁ ଆସିବା ବୋଲି ସେ ପରିହାସ କରିଥିଲେ |

wp:html
/wp:html


ଭିଡିଓର ଶେଷରେ ଆଫଗାନିସ୍ତାନର ଯୁବକ କହିଛନ୍ତି ଯେ, ଯାଉଛି ଆତଙ୍କବାଦୀ, ଆଶୀର୍ବାଦରେ ମନେ ରଖିବ | ଏମିତି ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପାକିସ୍ତାନର ଜମେଇକି ଥଟ୍ଟା ପରିହାସ କରାଯାଉଛି |

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.