Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାତିସଂଘରେ ପାକିସ୍ତାନ ବିରୋଧରେ ଫେରାଦ ହେଲା ଆଫଗାନିସ୍ତାନ

28/08/2019 at 6:53 PM

ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଆଫାଗାନିସ୍ତାନ।  ଯାହା ଏବେ ୟୁନାଇଟେଡ ନେସନରେ ପାକିସ୍ତାନର ପରିସ୍ଥିତିକୁ  ସୋଚନୀୟ କରିଛି।  କିଛି ସମୟ ପୂର୍ବରୁ କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ସଫଳ ଉପସ୍ଥାପନ କରିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଛାତିପିଟି କହୁଥିଲେ। ହେଲେ ଆଫଗାନର ଅଭିଯୋଗ ପରେ ପାକିସ୍ତାନ ଏକ ଆଞ୍ଚଳିକ ଅସ୍ଥିରତା ଉଦ୍ରେକକାରୀ ରାଷ୍ଟ୍ର ବୋଲି ବିବେଚିତ ହେଉଛି। 

ଆଫଗାନିସ୍ତାନର କୁନାର ପ୍ରାନ୍ତକୁ ପାକ୍ ସେନା ବାରମ୍ବାର ରକେଟ ଆକ୍ରମଣ କରୁଛନ୍ତି । ଏଭଳି ନ କରିବା ଲାଗି ଆଫଗାନିସ୍ତାନ ଅନୁରୋଧ କରୁଥିଲେ ବି  ଏ ଦିଗରେ ପାକ୍ ସରକାର କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି। ଏଣୁ ଜାତିସଂଘ ସୁରକ୍ଷା ପରିଷଦରେ କାର୍ଯ୍ୟାନୁଷ୍ଠାନ ଲାଗି ଆଫଗାନିସ୍ତାନ ଅନୁରୋଧ କରିଛି। ପାକିସ୍ତାନୀ ସେନା କେବଳ ଆଫଗାନ ନୁହେଁ ଭାରତ ସୀମାରେ ବି ଉତ୍ତେଜନା ସୃଷ୍ଟି କରୁଛନ୍ତି । ନିଜ ଆଡୁ ଯୁଦ୍ଧବିରତୀ ଉଲ୍ଲଂଘନ କରି ଭାରତ ସୀମାକୁ ଗୁଳି ଓ ଗୋଳା ବିନିମୟ କରୁଛନ୍ତି । ଭାରତୀୟ ସେନା ଏହାର ଜବାବ ଦେଲେ ପାକ୍ ଓଲଟା ଅଭିଯୋଗ ଆଣୁଥିବା ଆଫଗାନ ଅଭିଯୋଗରୁ ପ୍ରମାଣିତ ହେଉଛି। 

ଜାତିସଂଘ ସୁରକ୍ଷା ପରିଷଦଙ୍କୁ ଆଫଗାନ ରାଷ୍ଟ୍ରଦୂତ ଦେଇଥିବା ପତ୍ରରେ ପାକ୍ ସେନା ଆଫଗାନିସ୍ତାନର ସୀମାବର୍ତ୍ତି ଅଞ୍ଚଳକୁ ନିୟମିତ ଟାର୍ଗେଟ କରୁଥିବା ଉଲ୍ଲେଖ କରିଛନ୍ତି। ତେବେ ଖାସ କରି କୁନାର ପ୍ରାନ୍ତକୁ ଗତ ଅଗଷ୍ଟ୧୯ ଓ ୨୦ ତାରିଖରେ ପାକ୍ ସେନା  ରକେଟରେ ଟାର୍ଗେଟ୍ କରିଥିଲା। ଫଳରେ ସେଲ୍ଟନ ଜିଲ୍ଲାରେ ଲୋକଙ୍କ ଧନ ଓ ଜୀବନ ହାନୀ ହୋଇଥିବା ଅଭିଯୋଗ କରିଛି ଆଫଗାନିସ୍ତାନ। ଏହି ସମୟରେ ପାକ୍ ମିଲେଟ୍ରି କୁନାର ପ୍ରାନ୍ତକୁ ପ୍ରାୟ ୨ଶହଟି ରକେଟ ମାଡ କରିଥିବା ବୋଲି ଅଭିଯୋଗରେ ଦର୍ଶାଯାଇଥିବା ବେଳେ ଏହା କ୍ରମଶଃ ଅସହ୍ୟ ହେଉଥିବା ଉଲ୍ଲେଖ କରିଛନ୍ତି।

   Related Posts