Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଟି ୨୦ ବିଶ୍ବକପ : ନାମ୍ବିଆର ଦୟନୀୟ ବ୍ୟାଟିଂ, ୬୨ ରନରେ ଜିତିଲା ଆଫଗାନିସ୍ତାନ

31/10/2021 at 7:02 PM

ଶାରଜାହା ୩୧/୧୦ : ଟି ୨- ବିଶ୍ବକପର ଆଜିର ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ୫ ଓ୍ବିକେଟ ହରାଇ ୧୬୦ ରନ ସଂଗ୍ରହ କରିଥିବା ଆଫଗାନିସ୍ତାନ । ଜବାବରେ ନାମ୍ବିଆ ମାତ୍ର ୯୮/୯ ରନ କରିବାକୁ ସକ୍ଷମ ହୋଇଛି ।କୁ ମାତ୍ର ରନରେ ଅଳଆଉଟ କରିଦେଇଛି । ଫଳରେ ବିଶାଳ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଦଳର ସ୍ପିନ୍‌ ଆଟାକ୍‌ ଆଗରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଛି ନାମ୍ବିଆ ।

ନାମ୍ବିଆ ପକ୍ଷରୁ ଓପନର କ୍ରେଗ୍‌ ଓ୍ବିଲିୟମ୍ସ ମାତ୍ର ୧ ରନ କରି ଆଉଟ ହୋଇଥିବା ବେଳେ, ମିଚେଲ ଲିଙ୍ଗେନ୍ ୧୧ରନ, ନିକୋଲ ଇଟୋନ୍‌ ୧୪ରନ, ଗେରହାର୍ଡ ଏରାସମସ୍‌ ୧୨ରନ, ଗେନ୍‌ ଗ୍ରୀନ୍‌ ୧ରନ, ଡେଭିଡ୍‌ ଓ୍ବାଇସ୍‌ ୨୬ରନ, ଜେଜେ ସ୍ମିଟ୍‌ ୦, ଜାନ୍‌ ଫ୍ରାଏଲିଙ୍କ ୬, ଫ୍ରେନ୍ସ ୨ ରନ କରି ଆଉଟ ହୋଇଛନ୍ତି । ରୁବେନ୍‌ ଟ୍ରମ୍ପେଲମାନ ୧୨ ଏବଂ ବର୍ଣ୍ଣାଡ ସ୍କୋଲଜ୍‌ ୬ରନ କରି ଅପରାଜିତ ଅଛନ୍ତି ।

ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ୍‌ ହକ୍‌ ଏବଂ ହମୀଦ ହସନ ଚମତ୍କାର ବୋଲିଂ କରି ନାମ୍ବିଆର ବ୍ୟାଟ୍ସମ୍ୟାନମାନଙ୍କୁ ଧରାଶୟୀ କରିଛନ୍ତି । ନବୀନ ୪ଓଭରରେ ୨୬ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ନବୀ ୨ ଓଭରରେ ୧୭ରନ, ହମୀଦ ହସନ ୪ ଓଭରରେ ୯ରନ ୩ ଓ୍ବିକେଟ, ଗୁଲବାଦିନ ନୈବ୍‌ ୪ଓଭରରେ ୧୯ ରନ ୨ ଓ୍ବିକେଟ, କରିମ ଜନତ୍‌ ୨ ଓଭରରେ ୧୧ ରନ, ରସିଦ ଖାନ ୪ ଓଭରରେ ୧୪ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା ଦଳ । ନାମ୍ବିଆକୁ ଜିତିବାକୁ ହେଲେ ୧୬୧ ରନ ଆବଶ୍ୟକ ଥିଲା ।

ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନିଂ ଯୋଡି ହାଜରାତୁଲ୍ଲା ଜାଜାଇ ଏବଂ ମହମ୍ମଦ ସାହାଜାଦ ଭଲ ଆରମ୍ଭ କରିଥିଲେ । ହାଜରାତୁଲ୍ଲା ୩୩ ରନ କରି ଆଉଟ ହୋଇଥିବା ବେଳେ ସାହାଜାଦ ୪୫ ରନକରି ଆଉଟ ହୋଇଥିଲେ । ସେହିଭଳି ରମାନୁଲ୍ଲା ଗୁରବାଜ ୪ରନ, ଅସଗର ଆଫଗାନ୍‌ ୩୧ ରନ ଏବଂ ନଜିବୁଲ୍ଲା ଜରଦାନ୍‌ ୭ରନ କରି ଆଉଟ ହୋଇଥିଲେ । ମହମ୍ମଦ ନବୀ ୩୨ ରନ ଏବଂ ଗୁଲାବୁଦ୍ଦିନ ନୈବ୍‌ ୧ ରନ କରି ଅପରାଜିତ ଥିଲେ ।

ନାମ୍ବିଆ ପକ୍ଷରୁ ରୁବେନ୍‌ ଟ୍ରମ୍ପେଲମନ୍ନ ୪ ଓଭରରେ ୩୧ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜେ​‌ଜେ ସ୍ମିଟ୍‌ ୩ ଓଭରରେ ୨୨ ରନ ୧ ଓ୍ବିକେଟ, ଡେଭିଡ୍‌ ଓ୍ବାଇସ୍‌ ୪ ଓଭରରେ ୩୩ ରନ, ଜାନ୍‌ ପ୍ରାଇଲିଙ୍କ୍‌ ୩ ଓଭରରେ ୨୪ରନ, ନିକୋଲ ଲୋଫ୍ଟି ୪ ଓଭରରେ ୨୧ ରନ ୨ ଓ୍ବିକେଟ, ବର୍ଣ୍ଣାଡ୍‌ ସ୍କୋଲଜ୍‌ ୧ ସଭରରେ ୮ରନ ଏବଂ ଗେରହାଡ୍‌ ଏରାସମସ୍‌ ୧ ସଭରରେ ୭ରନ ଦେଇଥିଲେ ।

   Related Posts