ତାଲିବାନର ବୁର୍ଖା ପିନ୍ଧିବା ଆଦେଶ : ରାୟ ବିରୋଧରେ ମହିଳାଙ୍କର ନିଆରା ପାରମ୍ପରିକ ପୋଷାକ ପ୍ରଦର୍ଶନ

Published By : Prameya-News7 Bureau | September 14, 2021 IST

କାବୁଲ୍ ୧୪/୦୯ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ଏଠାରେ ମହିଳାଙ୍କ ଉପରେ ନିର୍ଯାତନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତାଲିବାନ ଘୋଷଣା କରିଛି ଯେ ମହିଳାମାନେ ଶରିଆ ଆଇନ ପାଳନ କରିବେ । ଏଥିରେ ଫ୍ୟାଶନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ମହିଳାମାନଙ୍କ ପାଇଁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

କିନ୍ତୁ ବର୍ତ୍ତମାନ ଏହାକୁ ବିରୋଧ କରି ମହିଳାମାନେ ସୋସିଆଲ ମିଡ଼ିଆରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ଟ୍ୱିଟରରେ ଆଫଗାନିସ୍ତାନ ମହିଳାମାନେ ପାରମ୍ପାରିକ ପୋଷାକରେ ନିଜର ପୁରୁଣା ଫଟୋ ପୋଷ୍ଟ କରି ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ମହିଳା ।

wp:gallery {"ids":[511244],"linkTo":"none"} /wp:gallery

 ତେବେ ଜଣେ ଟ୍ୱିଟର ୟୁଜର୍ସ ତାଙ୍କ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି …ଯେ ଆଫଗାନିସ୍ତାନ ମହିଳାମାନେ ତାଲିବାନର ଡ୍ରେସ କୋଡ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି । ସେ ନିଜର ପାରମ୍ପାରିକ ଫଟୋ ସହିତ ନିଜର ପୁରୁଣା ଫଟୋ ଶେୟାର କରୁଛନ୍ତି । ମହିଳାଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଅନେକ ସଙ୍ଗଠନ ସହ ଜଡ଼ିତ ଥିବା ଅସଦ ଲେଖିଛନ୍ତି, ‘‘ଏହା ହେଉଛି ଆଫଗାନିସ୍ତାନ ସଂସ୍କୃତି ଓ ମୋର ପାରମ୍ପାରିକ ପୋଷାକ।’ ଏହି ଟ୍ୱିଟର ପୋଷ୍ଟକୁ ୧୬୦୦ରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି । ଏଥି ସହିତ, ଲୋକମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ମତାମତ ଦେଉଛନ୍ତି ।

{"id":511245,"width":767,"height":431,"sizeSlug":"full","linkDestination":"none"}

ଏହା ସହ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ମହିଳାମାନେ କ’ଣ ପିନ୍ଧିବାକୁ ବାଛିଛନ୍ତି ତାହା ଆପଣ ଦେଖିଛନ୍ତି କି? ଓ ସେମାନେ ବର୍ତ୍ତମାନ କ’ଣ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି ।  ବାଧ୍ୟ ହେଉଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.