Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କାବୁଲ ବିଶ୍ଵ ବିଦ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ, ୨୫ ମୃତ, ଜାରି ରହିଛି ଗୁଳି ବିନିମୟ

2/11/2020 at 7:18 PM

କାବୁଲ ୦୨।୧୧: ଆଫଗାନିସ୍ତାନରେ କାବୁଲ ବିଶ୍ଵ ବିଦ୍ୟାଳୟ ଉପରେ ସୋମବାର ଆତଙ୍କୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୪୦ରୁ ଅଧିକ  ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ  ଜାରି ରହିଛି। ପୂରା କ୍ୟାମ୍ପସକୁ ସୁରକ୍ଷାବଳ ଘେରି ଯାଇଛନ୍ତି। କ୍ୟାମ୍ପସ ଭିତରୁ ଏବେ ମଧ୍ୟ ଗୁଳି ଶବ୍ଦ ଶୁଣାଯାଉଛି।

ସୂଚନା ଅନୁଯାୟୀ କାବୁଲ ବିଶ୍ଵ ବିଦ୍ୟାଳୟ ନିକଟରେ ସେହି ସମୟରେ ଗୁଳିମାଡ ହୋଇଥିଲା ଯେତେବେଳେ ଆଫଗାନ ଓ ଇରାନ ଅଧିକାରୀ ବିଶ୍ଵ ବିଦ୍ୟାଳୟରେ ଏକ ପୁସ୍ତକମେଳାର ଉଦଘାଟନ କରୁଥିଲେ। ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିଫ ଏରିୟନ କହିଛନ୍ତି, ବନ୍ଧୁକଧାରୀଙ୍କ ଏକ ଗୋଷ୍ଠୀ ଅପରାହ୍ନରେ କାବୁଲ ବିଶ୍ଵ ବିଦ୍ୟାଳୟ ପରିସରରେ ପଶି ଆକ୍ରମଣ କରିଛନ୍ତି।

ଆକ୍ରମଣପରେ ଆଫଗାନିସ୍ତାନ ସ୍ପେଶାଲ ଫୋର୍ସ ଓ ବିଦେଶୀ କମାଣ୍ଡର ଟିମ୍ ମଧ୍ୟ ବିଶ୍ଵ ବିଦ୍ୟାଳୟ ପରିସରରେ ପହଞ୍ଚି ସାରିଛନ୍ତି। ଗତ ପାଞ୍ଚ ଘଣ୍ଟା ହେବ ଆକ୍ରମଣକାରୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ  ଜାରି ରହିଛି। ବିଶ୍ଵ ବିଦ୍ୟାଲୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଆକ୍ରମଣକାରୀ କାବୁଲ ବିଶ୍ଵ ବିଦ୍ୟାଳୟର ଏକ ଶ୍ରେଣୀଗୃହରେ ପ୍ରବେଶ କରି ଛାତ୍ର-ଛାତ୍ରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ଅନେକ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି। ପୂରା ବିଶ୍ଵ ବିଦ୍ୟାଳୟ ପରିସରକୁ ସୁରକ୍ଷାବଳ ଖାଲି କରି ଦେଇଛନ୍ତି। ଆତଙ୍କବାଦୀଙ୍କ ଧରପଗଡ ପାଇଁ ବଡ ସଂଖ୍ୟାରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି।

   Related Posts