Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି ପାକିସ୍ତାନ: ଆଇନା ଦେଖାଇଲା ଆଫଗାନିସ୍ତାନ, ଗତ ସପ୍ତାହରେ ଭାରତ ମଧ୍ୟ କରିଥିଲା ଟାର୍ଗେଟ

16/11/2020 at 4:48 PM

ନୂଆଦିଲ୍ଲୀ ୧୬/୧୧ : ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଏବଂ ଅସ୍ତ୍ରଶସ୍ତ୍ର ଯେଗାଉଥିବା ଦେଶ ପାକିସ୍ତାନ ପାଇଁ ଆଉ ଏକ ଝଟକା । ଭାରତ ପରେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନର ତଥାକଥିତ ଡୋସିଅରକୁ ଖାରଜ କରିଦେଇଛି । ଏବାବଦରେ କାବୁଲ କହିଛି ସଂଯୁକ୍ତ ରାଷ୍ଟ୍ର ଦ୍ବାରା ନିଯୁକ୍ତ ପ୍ରତିନିଧିମଣ୍ଡଳଙ୍କୁ ପାକିସ୍ତାନ ତାର ଦାବିପତ୍ରର ସତ୍ୟପାଠ ଦାଖଲ କରିବାକୁ ଅନୁମତି ଦେବା ଦରକାର । ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ କହିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଶାନ୍ତି ଏବଂ ଏକତା ପାଇଁ କାର୍ଯ୍ୟ ଯୋଜନା କୁ ଚଳିତ ସପ୍ତାହ ମଧ୍ୟରେ ଅର୍ଥାତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାବୁଲ ଆସିବା ପୂର୍ବରୁ ଏହି ମୁଦ୍ଦା ଉଠାଇବା ଆବଶ୍ୟକ ।

ଭାରତ ପକ୍ଷରୁ ଗତ ରବିବାର ଦିନ ଏହି ଡୋସିୟରକୁ ଖାରଜ କରାଯାଇଥିଲା । ଯେଉଁଥିରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ଭଳି ଅଭିଯୋଗ କରାଯାଇଥିଲା । ସେହି ଡୋସିୟରକୁ ଖାରଜ କରିବା ସହିତ ଆତଙ୍କବାଦୀ  କାର୍ଯ୍ୟକଳାପ ବୃଦ୍ଧି ନେଇ ପାକିସ୍ତାନର ଭୂମିକା କେତେ ତାହା ବିଶ୍ବବାସୀଙ୍କୁ ଜଣା ଅଛି ବୋଲି ଭାରତ କହିଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଏବଂ ମୁଖ୍ୟ ସୈନ୍ୟ ପ୍ରବକ୍ତା ଜେନେରାଲ ବାବର ଇଫତିଖାର ଗତ ଶନିବାର ଡୋସିୟର ଜାରୀ କରିଥିଲେ । ଉକ୍ତ ଡୋସିୟରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଭାରତର ଗୁପ୍ତ ଭାଗୀଦାରି ଅଛି ବୋଲି ଅଭିଯୋଗ କରିଥିଲେ ।

ସେମାନେ ଆହୁରୀ ମଧ୍ୟ ଅଭିଯୋଗ କରିଥିଲେ ଯେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ଆଫଗାନିସ୍ତାନର ସହ​‌ଯୋଗ ନେଉଛି । କିନ୍ତୁ ପାକିସ୍ତାନର ଏହି ଅଭିଯୋଗକୁ ଆଫଗାନିସ୍ତାନ ମୂଳରୁ ହିଁ ଖାରଜ କରିଦେଇଥିଲା । ପାକିସ୍ତାନର ଏହି ଅଭିଯୋଗ ପ​‌ରେ ଆଫଗାନ ବିଦେଶ ମନ୍ତ୍ରାଳୟ କହିଛି ଯେ ପାକିସ୍ତାନ ସେନା ପ୍ରବକ୍ତାଙ୍କ ଏହି ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରାଯାଉଛି । ଆଫଗାନ ବିଦେଶ ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ବିଶ୍ବରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆଫଗାନିସ୍ତାନ ସର୍ବଦା ପ୍ରତିଶୃତିବଦ୍ଧ ।

ଆଫଗାନିସ୍ତାନ ଏହି ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜାରି ରଖିଛି । ବିଦେଶ ମନ୍ତ୍ରାଳୟ କହିଛି ଯେ ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ମୁଦ୍ଦାକୁ ନେଇ ଆଲୋଚନା ହେବ । ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ଟାର୍ଗେଟ କରିଛି ଆଫଗାନିସ୍ତାନ ବିଦେଶ ମନ୍ତ୍ରାଳୟ ।

   Related Posts