Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସ୍କୁଲ ନିକଟରେ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୬୩କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ

10/05/2021 at 11:34 AM

କାବୁଲ ୧୦।୫: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶନିବାର ଦିନ ବାଳିକା ବିଦ୍ୟାଳୟ ନିକଟରେ ଲଗାତାର ତିନୋଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ବିସ୍ଫୋରଣରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ଯୁବତୀମାନଙ୍କ ସଂଖ୍ୟା ଅଧିକ ରହିଛି ।

ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି ଏହି ଆକ୍ରମଣକୁ ନିନ୍ଦା କରି ମଙ୍ଗଳବାର ଦିନ ଦେଶରେ ଶୋକ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି । ସେ ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସମୂହ ତାଲିବାନକୁ ଦାୟୀ କରିଛନ୍ତି । ତାଲିବାନର ଜଣେ ମୁଖପାତ୍ର ଗନିଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିହା ସହ ଆତଙ୍କବାଦୀ ସମୂହ ଇସଲାମିକ୍ ଷ୍ଟେଟକୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି ।

   Related Posts