Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆମର ୭ ବର୍ଷର ପିଲା ବି ଲଢ଼ିବେ… ତାଲିବାନ ବିରୋଧରେ ଖୋଦ୍‌ ଆଫଗାନ୍‌ ନାଗରିକ ଉଠାଇଲେ ଅସ୍ତ୍ର

30/06/2021 at 9:33 PM

କାବୁଲ ୩୦/୬: ଆଫଗାନିସ୍ତାନରୁ ଆମେରିକୀୟ ସୈନିକ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପୁଣି ଥ​‌ରେ ଆତଙ୍କବାଦୀ ସଂଗଠନ  ତାଲିବାନ ମୁଣ୍ଡ ଟେକିଛି। ରାଜଧାନୀ କାବୁଲ୍‌ର ପାଖାପଖି ବିଭିନ୍ନ ଅଞ୍ଚଳରେ ତାଲିବାନ ନିଜର ଉପସ୍ଥିତି ଜାହିର କରିଛି। ଗତ ଦୁଇ ମାସରେ ଶହ ଶହ ଲୋକଙ୍କ ଜୀବନ ମଧ୍ୟ ନେଇଛନ୍ତି ତାଲିବାନ ଆତଙ୍କବାଦୀ । କିନ୍ତୁ ଏହାକୁ ନେଇ ଖୋଦ ଆଫଗାନିସ୍ତାନ ଲୋକ ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ଏପରିକି ତାଲିବାନି ଆତଙ୍କବାଦୀଙ୍କ ବିରୋଧରେ ଆଫଗନିସ୍ତାନୀ ଅସ୍ତ୍ର ବି ଉଠାଇଛନ୍ତି। ଯଦି ତାଲିବାନ ଆକ୍ରମଣ କରିବେ ତେବେ ଆମେ ଚୁପ୍‌ ବସିବୁ ନାହିଁ ବୋଲି ଆଫଗାନ ନାଗରିକ ଚେତାବନୀ ଦେଇଛନ୍ତି।

କାବୁଲ୍‌ର ଉତ୍ତରରେ ସ୍ଥିତ ପରଓ୍ବାନ ସୁବେରେ ରହୁଥିବା ୫୫ ବର୍ଷୀୟ ବ୍ୟକ୍ତିଙ୍କ ବନ୍ଧୁ ମହମ୍ମଦ ସଲାଙ୍ଗୀ କହିଛନ୍ତି, ‘ଯଦି ସେମାନେ ଆମ ସହ ଯୁଦ୍ଧ କରିବେ ଏବଂ ଆମ ମହିଳାଙ୍କୁ ଉତ୍ପୀଡ଼ନ କରିବେ, ସମ୍ପତ୍ତି କବଜା କରିବେ ତେବେ ଆମେ ଚୁପ ବସିବୁ ନାହିଁ। ଆମର ୭ ବର୍ଷର ପିଲା ମଧ୍ୟ ଅସ୍ତ୍ର ଉଠାଇବେ ଏବଂ ସେମାନଙ୍କ ବିରୋଧରେ ପ୍ରତିବାଦ କରିବେ।’ ଶହ ଶହ ଲୋକ ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠାଇଛନ୍ତି। ଏପରିକି ସେମାନେ ସେନାର ସହାୟତା ମଧ୍ୟ କରିବେ। ଆଫଗାନିସ୍ତାନରୁ ଆମେରିକା ନିଜର ସୈନିକଙ୍କୁ ଦୁଇ ଦଶକ ପରେ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ତାଲିବାନ ସହ ଚାଲିଥିବା ଲମ୍ବା ସଂଘର୍ଷରେ ଏବେ ପର୍ଯନ୍ତ ବିରାମ ପଡ଼ୁଥିବା ନଜରକୁ ଆସୁନାହିଁ।

ଅନ୍ୟପଟେ ଆମେରିକୀୟ ସେନା ପ୍ରତ୍ୟାବର୍ତ୍ତନ ହେବା ପରେ ତାଲିବାନି ଆତଙ୍କବାଦୀ ସକ୍ରିୟ ହୋଇଛନ୍ତି। ପରଓ୍ବାନରେ ରହୁଥିବା ଅନ୍ୟ ଜଣେ ଛାତ୍ର ଫାରିଦ ମହମ୍ମଦ କହିଛନ୍ତି, ଆମକୁ ଦେଶ ବଞ୍ଚାଇବାକୁ ପଡ଼ିବ। ବିଦେଶୀ ସେନା ଛାଡ଼ି ଯାଉଥିବା ବେଳେ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌  ଏବଂ ନାଟୋ ଦେଶମାନେ ଚଳିତବର୍ଷ ଏପ୍ରିଲ୍‌ରେ ଘୋଷଣା କରିଥିଲେ, ସେମାନେ ନିଜର ସୈନିକଙ୍କୁ ସେପ୍ଟେମ୍ବର ୨୦୨୧ ସୁଦ୍ଧା ପ୍ରତ୍ୟାହାର କରିନେବେ । ତେବେ ସେନା ପ୍ରତ୍ୟାହାର ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପୂରା ହୋଇଯିବ।

ଏହି ଦିନ ଆମେରିକାର ଓ୍ବାର୍ଲଡ୍‌ ଟ୍ରେଡ୍‌ ସେଣ୍ଟର ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୂରା ହେବ। ଏହି ଆକ୍ରମଣ ପ​‌ରେ ଆମେରିକା ଆଫଗାନିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରିଥିଲା। ଏଥିପାଇଁ ଆମେରିକା ପକ୍ଷରୁ ଦେଢ଼ ଲକ୍ଷ ସୈନିକ ଆଫଗାନିସ୍ତାନକୁ ପଠାଯାଇଥିଲା। ଅନ୍ୟପଟେ ଆଫଗାନିସ୍ତାନରେ ଥିବା ଆମେରିକାର ରାଷ୍ଟ୍ରଦୂତ ଗତ ସପ୍ତାହରେ କହିଥିଲେ ଦେଶର ୩୭୦ ଜିଲ୍ଳା ମଧ୍ୟରୁ ୫୦ରେ ତାଲିବାନ ଆତଙ୍କବାଦୀ କବଜା କରିସାରିଛନ୍ତି।

   Related Posts