Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଷ୍ଟାର୍ କ୍ରିକେଟରଙ୍କ ମୃତ୍ୟୁ, କ୍ରିକେଟ୍ ଜଗତରେ ଶୋକର ଛାୟା

6/10/2020 at 11:52 AM

ନୂଆଦିଲ୍ଲୀ ୦୬/୧୦ : ମଙ୍ଗଳବାର ଆଫଗାନିସ୍ତାନ ଓପନର୍ ନଜିବୁଲ୍ଲା ତାରକାଇଙ୍କ ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ଏକ କାର ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ନଜିବୁଲ୍ଲା ତାରକାଇ ପୂର୍ବ ନାଙ୍ଗରହାରରେ ରାସ୍ତା ପାର ହେଉଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଥିଲା ।

୨୯ ବର୍ଷ ବୟସ୍କ ନଜିବୁଲ୍ଲା ଆଇସିୟୁରେ ଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ କୋମାରେ ଥିଲେ । ଜଲାଲାବାଦ ସହରରେ ତାରକାଇଙ୍କୁ ଏକ କାର ଧକ୍କା ଦେଇଥିଲା । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନଜିବୁଲ୍ଲାଙ୍କୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏ ସମ୍ପର୍କରେ ସୂଚନା ଦେଇଥିଲା ।

୨୦୧୪ ମାର୍ଚ୍ଚ ମାସ ରେ ତାରକାଇ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆଫଗାନିସ୍ତାନ ପାଇଁ ୧୨ ଟି -୨୯ ଏବଂ ଗୋଟିଏ ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି । ଟି -୨୦ ରେ ସେ ୪ଟି ଅର୍ଦ୍ଧଶତକ ସହ ୨୫୮ ରନ୍ କରିଛନ୍ତି।

   Related Posts