ବିସ୍ଫୋରଣରେ ଥରିଲା କାବୁଲ ମାଟି, ମୃତ୍ୟୁ ସଂଖ୍ୟା ଲୁଚାଉଛି ତାଲିବାନ ପ୍ରଶାସନ

Published By : Prameya-News7 Bureau | October 20, 2021 IST

କାବୁଲ ୨୦/୧୦: ଆଫଗାନିସ୍ତାନର ରାଜଧାନୀ କାବୁଲର ଦେହମାଜଙ୍ଗ ଛକ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ । ଏହି ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଏଥିସହ ତାଲିବାନ ପ୍ରଶାସନ ମଧ୍ୟ ମୃତକଙ୍କ ସଂଖ୍ୟା ଦେବାକୁ ମନା କରି ଦେଇଛି । ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ସକାଳ ୭.୫୦ ସମୟରେ ଦେହମାଜଙ୍ଗ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ଶୁଭିଥିଲା ।

ଶବ୍ଦର ମାତ୍ରା ଏତେ ବ୍ୟାପିଥିଲା ଯେ, ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଏଥିସହିତ କିଛି ଲୋକ କହିଛନ୍ତି ଯେ ଏହି କାରରେ ହୋଇଥିଲା ଏହି ବିସ୍ଫୋରଣ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ତାଲିବାନ ସୁରକ୍ଷା ବାହିନୀର ଗାଡି ଏହି ଅଞ୍ଚଳ ଆଡକୁ ଯାଉଥିଲା । ସାକ୍ଷୀମାନେ କହିଛନ୍ତି ଯେ ତାଲିବାନ ସୈନ୍ୟବାହିନୀ ମଙ୍ଗଳବାର ଦିନ କାବୁଲ ସହରରେ ଅନେକ ଚେକପଏଣ୍ଟ ସ୍ଥାପନ କରି ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଗାଡି ଯାଞ୍ଚ କରିଥିବାରୁ ଏକ ସମ୍ଭାବ୍ୟ ଆକ୍ରମଣ ପାଇଁ ପୂର୍ବରୁ ସତର୍କ ହୋଇସାରିଛି ।

ତେବେ ତାଲିବାନ ପ୍ରଶାସନ ଏହି ଘଟଣା ସମ୍ପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଛି । ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଦାୟିତ୍ୱ ଗ୍ରହଣ କରିବା ପରେ ଆଫଗାନିସ୍ତାନରେ ସୁରକ୍ଷା ପରିସ୍ଥିତି ସାଧାରଣତଃ ଶାନ୍ତ ରହିଥିଲା ​​କିନ୍ତୁ ଅନିଶ୍ଚିତତା ମଧ୍ୟରେ ରହିଥିଲା । ପ୍ରକାଶ ଥାଉକି, ଗତ ସପ୍ତାହରେ ଅନେକ ଆଫଗାନିସ୍ତାନ ପ୍ରଦେଶରେ ଇସଲାମିକ୍ ଷ୍ଟେଟ୍ ସଂପୃକ୍ତ ଆତଙ୍କବାଦୀଙ୍କ ଦ୍ୱାରା ମାରାତ୍ମକ ବୋମା ଆକ୍ରମଣ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.