Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଫଗାନିସ୍ଥାନରେ ଭୟଙ୍କର ହୋଇଛି ଆର୍ଥିକ ସ୍ଥିତି, ୨୦ ଦିନର ନବଜାତଙ୍କ ଭବିଷ୍ୟତ ବିବାହ ପାଇଁ କରାଯାଉଛି ଅଫର୍

14/11/2021 at 9:14 AM

କାବୁଲ୍ ୧୪।୧୧ : ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ ଦିନକୁ ଦିନ ସେଠାକାର ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ସେଠାରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଲୋକମାନେ ଟଙ୍କା ରୋଜଗାରର ପାଇଁ ଏଭଳି କିଛି ପଦକ୍ଷେପ ଉଠାଇଛନ୍ତି। ଯାହା ତାଙ୍କ ପାଇଁ ବହୁତ କଷ୍ଟ ଦାୟକ। ହେଲେ ବାଧ୍ୟତାମୂଳକ ଭାବେ ସେମାନଙ୍କର ୨୦ ଦିନର ନବଜାତ ଝିଅମାନଙ୍କୁ ଭବିଷ୍ୟତ ବିବାହ ପାଇଁ ଅଫର୍ ଦେଉଛନ୍ତି।

ସୂଚନା ଅନୁଯାୟୀ, ‘ଆଫଗାନିସ୍ତାନରେ ଅତ୍ୟଧିକ ଭୟଙ୍କର ଆର୍ଥିକ ପରିସ୍ଥିତି ଅଧିକ ପରିବାରକୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଉଛି। ପିଲାମାନଙ୍କୁ ନିଯୁକ୍ତି ଦେବା ଏବଂ କମ୍‌ ବୟସରେ ଝିଅମାନଙ୍କୁ ବିବାହ କରିବା ଭଳି ହତାଶ ବିକଳ୍ପ ବାଛୁଛନ୍ତି। ୟୁନିସେଫ କହିଛି, କି ତାଲିବାନମାନେ ଝିଅମାନଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇଛି ଯାହା ପରିସ୍ଥିତିକୁ ଅଧିକ ବିପଜ୍ଜନକ କରିଛି। ଯେହେତୁ ଅଧିକାଂଶ କିଶୋରୀ ଝିଅମାନଙ୍କୁ ସ୍କୁଲ ଯିବାକୁ ଅନୁମତି ନାହିଁ । ତେଣୁ ବାଲ୍ୟ ବିବାହ ହେବାର ଆଶଙ୍କା ଆହୁରି ବଢି ଯାଇଛି । ଏହା ସହ ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି, ‘ଆମେ ଖବର ପାଇଛୁ ଯେ ପରିବାରରେ ସେମାନଙ୍କ ଝିଅମାନଙ୍କୁ ୨୦ବର୍ଷ ବୟସ ପର୍ଯ୍ୟନ୍ତ ବିବାହ ପାଇଁ ଟଙ୍କା ବଦଳରେ ଅଫର ଦେଉଛନ୍ତି।’

ଚଳିତ ବର୍ଷ ଅଗଷ୍ଟରେ ତାଲିବାନ ଦେଶ ଗ୍ରହଣ କରିବା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି। ଲୋକଙ୍କ ପାଇଁ ରୋଜଗାର, ଖାଦ୍ୟ, ଜଳ ଏବଂ ବିଦ୍ୟୁତର ଘୋର ଅଭାବ ରହିଛି। ଏଭଳି ପରିସ୍ଥିତିରେ ଲୋକମାନେ ଟଙ୍କା ରୋଜଗାର କରିବା ଏବଂ ପରିବାର ଚଳାଇବା ପାଇଁ ସବୁକିଛି ବିପଦରେ ପକାଇବାକୁ ବାଧ୍ୟ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୧୮ ଏବଂ ୨୦୧୯ରେ ଆଫଗାନିସ୍ତାନର ହେରାଟ ଏବଂ ବାଗଡିସ୍ ପ୍ରଦେଶରେ ୧୮୩ଟି ଶିଶୁ ବିବାହ ଏବଂ ୧୦ଟି ଶିଶୁ ବିକ୍ରି ମାମଲା ରିପୋର୍ଟ କରାଯାଇଥିଲା। ବିବାହ କରିଥିବା ପିଲାମାନଙ୍କର ବୟସ ୬ ମାସରୁ ୧୭ ବର୍ଷ ମଧ୍ୟରେ ଥିଲା।

   Related Posts