ଆଫଗାନିସ୍ତାନ ନିର୍ବାଚନ: ଫଳାଫଳ ପ୍ରକାଶ ପୂର୍ବରୁ ନିଜର ବିଜୟ ଲାଗି ଉତ୍ସାହୀ ଅବଦୁଲ୍ଲା, କହିଲେ ମିଳିବ ଏତେ ଭୋଟ

Published By : Prameya-News7 Bureau | September 30, 2019 IST

କାବୁଲ : ଆଫଗାନିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ ଏପର୍ଯ୍ୟନ୍ତ ଘୋଷଣା ହୋଇ ନାହିଁ। ତେବେ ମୁଖ୍ୟ କାର୍ଯ୍ୟକାରୀ ଅବଦୁଲ୍ଲା ଅବଦୁଲ୍ଲା ରାଷ୍ଟ୍ରପତି ଅଶ୍ରଫ ଗନୀଙ୍କ ବିପକ୍ଷରେ ନିଜର ବିଜୟ ଦାବି କରିଛନ୍ତି।  ନିର୍ବାଚନ ଲାଗି ଗତ ଶନିବାର ଭୋଟ ଗ୍ରହଣ ହୋଇଥିଲା। ତେବେ ଅବଦୁଲ୍ଲାଙ୍କ ଏପରି ଦାବି ଯୋଗୁ ଗୃହ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ରାଜନୈତିକ ହିଂସାର ସୂତ୍ରପାତ ହେବା ନେଇ ଏବେ ଆଶଙ୍କା କରାଯାଉଛି।  

{"id":164832}

ଗତ ୨୦୧୪ ସାଧାରଣ ନିର୍ବାଚନରେ ବି ଅଶ୍ରଫ ଗନିଙ୍କ ସହ ଅବଦୁଲ୍ଲା ମୁକାବିଲା କରିଥିଲେ। ତେବେ ସେମାନଙ୍କର ନିର୍ବାଚନ ନିଶା ଦେଶରେ ସାମ୍ବିଧାନିକ ସଙ୍କଟର କାରଣ ହୋଇଥିଲା। ଫଳରେ ଆମେରିକାକୁ ହସ୍ତକ୍ଷେପ କରିବାକୁ ପଡିଥିବା ବେଳେ ଗନିଙ୍କୁ ରାଷ୍ଟ୍ରପତି ଓ ଅବଦୁଲ୍ଲାଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଭାବେ ଅବସ୍ଥାପିତ କରାଯାଇଥିଲା। ତେବେ ରବିବାର ଅବଦୁଲ୍ଲା ତାଙ୍କୁ ବହୁମତ ମିଳିଥିବା ସାର୍ବଜନିକ ଭାବେ ଘୋଷଣା କରିଛନ୍ତି।

{"id":164833,"width":582,"height":327}

ହେଲେ ସେ କେଉଁ ସୂତ୍ରରୁ  ଏପରି ଘୋଷଣା କରୁଛନ୍ତି ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ତେବେ ନିର୍ବାଚନ ପରିଣାମ ସ୍ୱତନ୍ତ୍ର ନିର୍ବାଚନ ଆୟୋଗ ଆଇଇଇସି ଘୋଷଣା କରିବେ। ତେବେ ସେ ଜାଣିଛନ୍ତି ସର୍ବାଧିକ ଭୋଟ ତାଙ୍କୁ ହିଁ ମିଳିଛି ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟ ଗଣନାରେ ତାଙ୍କୁ ଏତେ ଭୋଟ ମିଳିଥିବ ଯେ ଦ୍ୱିତୀୟ ପର୍ଯ୍ୟାୟ ଗଣନା ଲାଗି ତାଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ। ତେବେ କିଛି ସରକାରୀ ଅଧିକାରୀ ନିର୍ବାଚନର ନିରପେକ୍ଷତା ନଷ୍ଟ କରିବାକୁ ଚାହୁଁଥିବା ସେ ସୂଚନା ପାଇଛନ୍ତି ବୋଲି  କହିଛନ୍ତି। ତେବେ ନିର୍ବାଚନ କମିଶନ ୧୯ ଅକ୍ଟୋବର ପୂର୍ବରୁ ଦେଶର ନିର୍ବାଚନ ଫଳାଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.