ସାଲେହଙ୍କ ଭାଇ ରୋହୁଲ୍ଲାଙ୍କୁ ନିର୍ମମ ହତ୍ୟା କଲେ ତାଲିବାନ, ଶଢିବାକୁ ଛାଡିଦେଲେ ମୃତଦେହ

Published By : Prameya-News7 Bureau | September 11, 2021 IST

କାବୁଲ ୧୧/୦୯ : ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲାହ ଅଜିଜିଙ୍କୁ ହତ୍ୟା କରିଛନ୍ତି ତାଲିବାନୀ । ଏ ସମ୍ପର୍କରେ ଅମରୁଲ୍ଲାଙ୍କ ପୁତୁରା ସ୍ପଷ୍ଟୀକରଣ ଦେଇଛନ୍ତି । ଏଥିସହ ନିଜ କ୍ରୁରତାର ଆଉ ଏକ ପରିଚୟ ଦେଇଛନ୍ତି ତାଲିବାନୀ । ଏପରିକି ହତ୍ୟା ପରେ ମଧ୍ୟ ମୃତଦେହ କବର ଦେବାକୁ ପରିବାରକୁ ହସ୍ତାନ୍ତର ନ କରି ମୃତଦେହକୁ ପଚି ସଢ଼ିବା ପାଇଁ ଛାଡ଼ି ଦେଇଛନ୍ତି ତାଲିବାନୀ ।

ପଞ୍ଜଶୀର ଦଖଲ ପାଇଁ ଅମରୁଲ୍ଲା ସାଲେହ ତାଲିବାନୀଙ୍କୁ କଡ଼ା ଟକ୍କର ଦେଇଥିବା ବେଳେ ଏହାର ପ୍ରତିଶୋଧ ନେଇଛନ୍ତି ତାଲିବାନୀ । ତାଙ୍କ ଭାଇ ରୋହୁଲ୍ଲାହଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛନ୍ତି । ଏନେଇ ଅମରୁଲ୍ଲାଙ୍କ ପୁତୁରା ଦେଇଥିବା ସୂଚନାରେ କହିଛନ୍ତି, ଅଙ୍କଲଙ୍କୁ ହତ୍ୟା କରିଥିବା ବେଳେ କବର ଦେବାକୁ ମୃତଦେହ ଦେଉ ନାହାନ୍ତି । ସୂଚନା ଥାଉକି, ଦୀର୍ଘ ଦିନର ସଂଘର୍ଷ ପରେ କିଛି ଦିନ ପୂର୍ବେ ପଞ୍ଜଶିରରେ ପତାକା ଉଡ଼ାଇଥିଲା ତାଲିବାନୀ ।

ପଞ୍ଜଶୀରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଥିଲା । ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଥିବା ସେମାନେ ବିଶ୍ୱ ସମୁଦାୟକୁ ଜଣାଇଥିଲେ ।

ଏଥିସହ ତାଲିବାନୀ ପଞ୍ଜଶିରରୁ କିଛି ଫଟୋ ମଧ୍ୟ ଜାରି କରିଥିଲେ। ଏଥିରେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିସହ ପଞ୍ଜଶିରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.