Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଫଗାନିସ୍ତାନରେ ଆର୍ଥିକ ସଂକଟ : ଖାଦ୍ୟ ପାଇଁ ଘର ଜିନିଷ ବିକୁଛନ୍ତି ଲୋକେ, ସୃଷ୍ଟି ହେଲାଣି ହାହାକାର ପରିସ୍ଥିତି

14/09/2021 at 10:20 AM

କାବୁଲ ୧୪/୦୯ : ଆଫଗାନିସ୍ତାନରେ ତାଲିବାନ ଦଖଲ କରିବାର ମାସେ ବିତିଗଲାଣି । ଏହାରି ଭିତରେ ସେଠାରେ ଜୀବନ ଯାତ୍ରା ଖରାପ ହେବାରେ ଲାଗିଛି । ବଞ୍ଚିବା ଦୁର୍ବିସହ ହେବାରେ ଲାଗିଲାଣି । କାରଣ ରୋଜଗାରର ଯାହା କିଛି ଥିଲା ସବୁକିଛି ସରିଆସିଲାଣି । ଫଳରେ ଲୋକେ ରାଜରାସ୍ତାକୁ ଆସିଲେଣି । ପରିବାର ଚଳାଇବା ଏବଂ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ରାସ୍ତାରେ ଘରୋଇ ଜିନିଷ ବିକ୍ରୟ କରିବାକୁ ବାଧ୍ୟ ହେଲେଣି ।

କାବୁଲର ଚାମନ-ଇ-ହାଜୁରୀ ରାସ୍ତାରେ ଲୋକମାନେ ନିଜର କୋଡ଼ିଏ ବର୍ଷ ମଧ୍ୟରେ ନିଜର ପରିଶ୍ରମ ଏବଂ ରକ୍ତ ଏବଂ ଝାଳ ବୁହା ଧନରୁ ଅର୍ଜିଥିଲେ ସମ୍ପତ୍ତି । ତାକୁ ସବୁ ବିକ୍ରି କରିବାରେ ଲାଗିଛନ୍ତି । ପେଟକୁ ଦାନା ମୁଠାଏ ପାଇଁ ରାସ୍ତାରେ ବିକି ଦେଉଛନ୍ତି ଶଯ୍ୟା, ଗଦା, ତକିଆ, ଫ୍ରିଜ୍, ଟିଭି, ୱାଶିଂ ମେସିନ୍, ଏସି, କୁଲର୍ ଏବଂ ରୋଷେଇ ସାମଗ୍ରୀ ସହିତ ଦୈନିଦୀନ ଜିିନିଷ । ଏତି କମ ଦାମରେ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି ।

ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଅର୍ଥ ହ୍ରାସ କିମ୍ବା ବନ୍ଦ ହେତୁ ପରିସ୍ଥିତି ଅନାହାରରେ ପରିଣତ ହେବାକୁ ଲାଗିଲାଣି । ବ୍ୟାଙ୍କଗୁଡିକ ଖୋଲା ଅଛି, କିନ୍ତୁ ସେମାନଙ୍କ ପାଖରେ ନଗଦ ଟଙ୍କା ନାହିଁ । ଏଟିଏମ୍ ମେସିନ୍ ଖାଲି ପଡିଛି । ସଙ୍କଟ ପରିସ୍ଥିତି ପାଇଁ ଲୋକମାନେ ଯେଉଁ ଅର୍ଥ ସଞ୍ଚୟ କରିଥିଲେ, ସେସବୁ ସରିଲାଣି । ଫଳସ୍ୱରୂପ, ଲୋକମାନେ ପେଟ ଭରିବା ପାଇଁ ଘରୋଇ ଜିନିଷ ବିକ୍ରି କରୁଛନ୍ତି |

   Related Posts