Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଶେହନାଜଙ୍କ ଗୀତ ଶୁଣି ଭାବପ୍ରବଣ ହେଲେ ଆଫଗାନିସ୍ତାନ କ୍ରିକେଟର, କହିଲେ’ଆଲ୍ଳା ତୁମକୁ ଶକ୍ତି ଦିଅନ୍ତୁ’…

31/10/2021 at 12:55 PM

ନୂଆଦିଲ୍ଲୀ ୩୧।୧୦ : ଜଣାଶୁଣା ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଦୁଇ ମାସ ହେବାକୁ ଆସିଲାଣି। ଏବେବି ତାଙ୍କର ମୃତ୍ୟୁର ଖବର ଅନେକଙ୍କ ମନରୁ ଯାଇନି। ନିକଟରେ ସିଦ୍ଧାର୍ଥଙ୍କ ସ୍ମୃତିରେ ଶେହନାଜଙ୍କ ଏକ ଆଲବମ ‘ତୁ ୟହିଁ ହୈ…’ ରିଲିଜ ହୋଇଛି। ଏହି ଗୀତକୁ ଶୁଣିବା ପରେ ପୁଣିଥରେ ଫ୍ୟାନ୍ସ ଭାବୁକ ହୋଇପଡିଛନ୍ତି। ଏହି ତାଲିକାରେ ଏବେ ଜଣେ କ୍ରିକେଟରଙ୍କ ନାଁ ମଧ୍ୟ ସାମିଲ ହୋଇଛି।

ଆଫଗାନିସ୍ତାନ କ୍ରିକେଟର ରାଶିଦ ଖାନ୍‌ ଶେହନାଜଙ୍କ ଗୀତ ଶୁଣି ଭାବୁକ ହୋଇଯାଇଛନ୍ତି। ସେ ମଧ୍ୟ ନିଜ ଦୁଃଖ ପ୍ରକାଶ କରିବାରେ ନିଜକୁ ଅଟକାଇ ପାରିଲେ ନାହିଁ। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେହନାଜଙ୍କ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଲେଖିଥିଲେ, “ଆଲ୍ଲା ତୁମକୁ ଶକ୍ତି ଦିଅନ୍ତୁ …” ଏହା ସହିତ ସେ ଅନେକ ହାର୍ଟ ଇମୋଜି ମଧ୍ୟ ସେୟାର କରିଥିଲେ । ଶେହାନାଜ ଗିଲଙ୍କ ଗୀତ ‘ତୁ ୟେହିଁ ହୈ…’ ରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ଏକାଠି ବିଗ୍ ବସ୍ ରେ ବିତାଇଥିବା  ପ୍ରତ୍ୟେକ ମୂହୁର୍ତ୍ତ ଗୁଡିକୁ ଦର୍ଶାଯାଇଛି। କିଭଳି ସେ ସିଦ୍ଧାର୍ଥଙ୍କ ବିନା ଶେହନାଜ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରୁ ନାହାନ୍ତି ତାହା ଭିଡିରେ ଦେଖିବାକୁ ମିଳିଛି । । ଆଉ ଆଜି ସେ ତାଙ୍କ ବିନା ବଞ୍ଚିବା ଶିଖୁଛନ୍ତି। ଏହାକୁ ହିଁ ଏହି ଗୀତରେ ଦେଖାଇବାକୁ ଚେଷ୍ଟା କରାଯାଇଛି।

ରାଶିଦ ଖାନ୍‌ଙ୍କୁ ଶେହନାଜଙ୍କ ଏହି ଗୀତ ବେଶ୍‌ ପସନ୍ଦ ଆସିଛି। ସେ ସୋଶାଲ ମିଡିଆରେ ଶେହନାଜଙ୍କୁ ଫଲୋ ମଧ୍ୟ କରନ୍ତି। ଶେହନାଜଙ୍କ ଏହି ଗୀତ ୟୁଟ୍ୟୁବ୍‌ରେ ୧୦ ମିଲିଅନ୍‌ ଭ୍ୟୁଜ୍‌ ହୋଇସାରିଲାଣି। ଏଥିସହ ଏକ ନମ୍ବରରେ ଏହା ଟ୍ରେଣ୍ଡ ମଧ୍ୟ କରୁଛି।

   Related Posts